ମୋତିଲାଲ ତାଣ୍ଡି ଙ୍କୁ ନ୍ୟାୟ ଦାବି ରେ ବ୍ୟାଙ୍କ ଘେରାଉ

ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲାଠୋର ଷ୍ଟେଟ ବ୍ୟାଙ୍କ ଶାଖା ରେ ଉକ୍ତ ଗାଁ ର ମୋତିଲାଲ ତାଣ୍ଡି 10/ 07 /2014 ଠାରୁ 2018 ବର୍ଷ ପର୍ଯ୍ୟନ୍ତ ଧରି ଅସ୍ଥାୟୀ ସଫାଇ କର୍ମଚାରୀ ଭାବେ କାର୍ଯ୍ୟ କରି ଆସୁଥିଲେ!ହେଲେ 2018 ମସିହା ରେ ତାଙ୍କୁ ବିନା କାରଣ ଦର୍ଶାଇ ବାହାର କରିଦେଲେ!ସେ ଗତ 22/03/2021 ସୋମବାର ଦିନ ଠାରୁ 07/04/21 ବୁଧବାର ଦିନ ପର୍ଯ୍ୟନ୍ତ ଧାରଣା ରେ ବସିଥିଲେ ସୁଦ୍ଧା ବ୍ୟାଙ୍କ ର କୌଣସି ଉଚ୍ଚ ପଦାଧିକାରୀ ତାଙ୍କୁ ଭେଟିବାକୁ ଆସିନଥିଲେ ଶେଷରେ ହତାଶ ହୋଇ ମୋତିରାମ ତାଣ୍ଡି ଲାଠୋର ଏଲ ଡ଼ି ଏ ର ସହଯୋଗ ରେ ଆଜି ଷ୍ଟେଟ ବ୍ୟାଙ୍କ ଘେରାଉ କରାଯାଇଥିଲା!ଏହି ବିଷୟରେ ପାଟଣାଗଡ଼ ଉପଜିଲ୍ଲାପାଳ ଏବଂ ଲାଠୋର ପୋଲିସ କୁ ଲିଖିତ ଆକାର ରେ ଜଣାଦିଆଯାଇଥିଲା ଏହି ଖବର ପାଇ ଖପ୍ରାଖୋଲ ତହସିଲଦାର ଧୀରଜ ପାତ୍ର ଲାଠୋର ଷ୍ଟେଟ ବ୍ୟାଙ୍କ କୁ ଆସି ମୋତିରାମ ଙ୍କୁ ଭେଟି ଆଶ୍ୱାସନା ଦେଇଛନ୍ତି!17 ଦିନ ପର୍ଯ୍ୟନ୍ତ ଆସୁନଥିବା ଷ୍ଟେଟ ବ୍ୟାଙ୍କ ମେନେଜର ସୋମ୍ୟ ରଞ୍ଜନ ମିଶ୍ର ମଧ୍ୟ ପ୍ରତିଶୃତି ଦେଇଥିଲେ!ପ୍ରକୁତରେ ମୋତିରାମ ବାବୁ ଙ୍କୁ କେତେ ଦିନ ଭିତରେ ନ୍ୟାୟ ମିଳିବ ଦେଖିବାକୁ ବାକି ରହିଲା! ଯଦି କିଛି ଦିନ ଭିତରେ ନ୍ୟାୟ ନ ମିଳିଲେ ଆମରଣ ଅନଶନ କରିବେ ବୋଲି କହିଛନ୍ତି!ଏହି ବ୍ୟାଙ୍କ ଶାଖା ଘେରାଉ ବେଳେ ଏଲ. ଡ଼ି. ଏ ମୁଖ୍ୟ ଲବ ସୁନା, ବେଦବର ଛତ୍ରିଆ, ଲାଇବାନ ସୁନା, ତୁଲାରାମ ବିଭାର, ପ୍ରେମ ବାଗ ଓ ଏସ ଏ ଜି ଗ୍ରୁପ ସାହାଯପାଣି ର ମହିଳା ମାନେ ଉପସ୍ଥିତ ଥିଲେ!

Comments
Loading...