ପବିତ୍ର ହରିଶଙ୍କର ପୀଠରେ ମହାଶିବରାତ୍ରି ଜାଗର ମେଳା ଅନୁଷ୍ଠିତ

ଆଜି ମହାଶିବରାତ୍ରି ଜାଗର ମେଳା ପବିତ୍ର ହରିଶଙ୍କର ପୀଠରେ ଶତାଧିକ ଶ୍ରଦ୍ଧାଳୁ ଙ୍କ ଗହଣରେ ଅନୁଷ୍ଠିତ ହେଉଛି।କୋଭିଡ୍ କଟକଣା ଯୋଗୁଁ ସକାଳ ୭ଟାରୁ ଲମ୍ବା ଲାଇନ ଏବଂ ନିୟମ କାନୁନ ଦେଇ ସମସ୍ତଙ୍କୁ ପୂଜାର୍ଚ୍ଚନା କରିବା ପାଇଁ ସୁଯୋଗ ଦିଆଯାଇଥିଲା। ଦେବାଧିଦେବ ମହାଦେବ ଙ୍କ ପୂଜାର୍ଚ୍ଚନା ପାଇଁ ଚଳଚଞ୍ଚଳ ହୋଇପଡିଛି ହରିଶଙ୍କର। ମନ୍ଦିର ଗୁଡିକ ପୂଜାର୍ଚ୍ଚନା ପାଇଁ ବିଶେଷ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଗୋଟିଏ ବର୍ଷ ପରେ ପ୍ରଭୁ ଙ୍କ ପାଖରେ ଜାଗର ଜାଳିବା ପାଇଁ ଲୋକଙ୍କ ମନରେ ଉଦ୍ଦିପନା ପ୍ରକାଶ ପାଇଛି। ଭକ୍ତ ମାନେ ହରିଶଙ୍କର ବୁଲିବା ସହ ସେଲାପଥର ରେ ଗାଧୋଇ ବାର ମଜା ନେଉ ଛନ୍ତି।କୋରୋନା କଟକଣା ଯୋଗୁଁ ଯେଉଁ ପ୍ରକାରର ଭକ୍ତ ଙ୍କ ଆଗମନ ହେବାକଥା ସେ ପ୍ରକାର ଏପର୍ଯ୍ୟନ୍ତ ହୋଇନାହିଁ। ରିପୋର୍ଟ ଲେଖା ଯିବା ପର୍ଯ୍ୟନ୍ତ ଭକ୍ତ ଙ୍କ ଆଗମନ ଜାରି ରହିଛି। ସମସ୍ତେ ଶିବ କୃପା ଲାଭ କରିବା ପାଇଁ ଆତୁର ଅଛନ୍ତି। ବ୍ୟବସାୟୀ ମାନେ ମଧ୍ୟ ବହୁତ ଖୁସି ଅଛନ୍ତି ଦି ପଇସା ରୋଜଗାର ଆଆଶାରେ!

Comments
Loading...