ମହୁରୁଣ୍ଡି ଶିବ ମନ୍ଦିର ଠାରେ ପବିତ୍ର ମହାଶିବରାତ୍ରି ପୂଜା ପାଳିତ

ପାଟଣାଗଡ ୦୯/୦୩ (କୋଶଲ ନ୍ୟୁଜ୍) : ଶୁକ୍ରବାର ଦିନ ପବିତ୍ର ମହାଶିବରାତ୍ରୀ । ଚଳଚଞ୍ଚଳ ଗାଁ ଠୁ ସହର । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ରେ ଶୈବ ପୀଠ । ଏହି ପରିପ୍ରେକ୍ଷୀରେ ଆଜି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଧିନ ମହୁରୁଣ୍ଡି ଗାଁର ଶିବ ମନ୍ଦିର ଠାରେ ମହାଶିବରାତ୍ରି ପାଳିତ ହୋଇଯାଇଛି । ମହାଶିବରାତ୍ରି ସାରା ବିଶ୍ୱାସରେ ପାଳିତ କରାଯାଇଥାଏ ଏବଂ ଭଗବାନଙ୍କୁ ଗୁହାରି କରିଥାନ୍ତି । ଦେବାଧିଦେବ ମହାଦେବଙ୍କ ପୂଜାର୍ଚ୍ଚନା ପାଇଁ ଚଳଚଞ୍ଚଳ ହୋଇପଡିଛି ମହୁରୁଣ୍ଡି । ମନ୍ଦିର ଗୁଡିକ ପୂଜାର୍ଚ୍ଚନା ପାଇଁ ବିଶେଷ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ମହାପ୍ରଭୁଙ୍କ ପାଖରେ ଜାଗର ଜାଳିବା ପାଇଁ ଲୋକଙ୍କ ମନରେ ଉଦ୍ଦିପନା ପ୍ରକାଶ ପାଇଛି । ସମସ୍ତେ ଶିବ କୃପା ଲାଭ କରିବା ପାଇଁ ଆତୁର ଅଛନ୍ତି । ରାତିରେ ମହାଦୀପ ଉଠିବା ସହ ନୀତିକାନ୍ତି ଶହ ଜାଗର ଯାତ୍ରା ପାଳନ ହେବ ବୋଲି ମନ୍ଦିର ର ପୂଜକ ପ୍ରକାଶିତ କରିଛନ୍ତି । ରାତ୍ରି ୧୦ ଟାରେ ମହାଦୀପ ଉଠିବ ବୋଲି ମନ୍ଦିର ର ପୂଜକ ଯୁଧିଷ୍ଠିର ଥନାପତି ସୂଚନା ଦେଇଛନ୍ତି ।

Comments
Loading...