ଲାଠୋର ବନାଞ୍ଚଳ ” ତାଲଭଟା ଗାଁରେ ବନୋମହୋତ୍ସବ ପାଳନ

ବଲାଙ୍ଗୀର (କୋଶଲ ନ୍ୟୁଜ୍) ପାଟଣାଗଡ଼ ଉପଖଣ୍ଡ ଲାଠୋର ବନଖଣ୍ଡ ରେ ଥିବା ଘାଗୁର୍ଲି ସେକ୍ସନ ଅନ୍ତର୍ଗତ ତାଲଭଟା ଗାଁ ରେ ଆଜି ବନୋମହୋତ୍ସବ ପାଳନ କରାଯାଇଛି ! ଏଥିରେ ମୁଖ୍ୟ ଅତିଥି ଭାବେ ଘାଗୁର୍ଲି ଫରେଷ୍ଟର ଶ୍ରୀ ଯୁକ୍ତ ସୁନିଲ ଛତ୍ରିଆ ସମ୍ମାନିତ ଅତିଥି ଭାବେ ଦର୍ଶନ ଖବରକାଗଜ ର ଉପଖଣ୍ଡ ପ୍ରତିନିଧି ସାମ୍ବାଦିକ ପୂର୍ଣ୍ଣ ଶଶି ଶେଖର ରାଓ,ସମାଜ ଖବରକାଗଜ ର ବେଲପଡା ବ୍ଳକ ପ୍ରତିନିଧି ବନମାଳୀ ମହାକୁଡ଼,ତାଲଭଟା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମୁକୁନ୍ଦ ଦେବ, ବିଦ୍ୟାଳୟ କମିଟି ର ସଭାପତି ହୁକୁମ ନିଆଲ, ଗାଁ ଜଙ୍ଗଲ ସୁରକ୍ଷା କମିଟିର ସଭାପତି ବିଷ୍ଣୁ ମାଝୀ, ଗାଁ ଜଙ୍ଗଲ ସୁରକ୍ଷା କମିଟିର ସଦସ୍ୟ ନରହରି ଦାସ, ସମାଜସେବୀ ରୂରେଶ ଛତ୍ରିଆ ଉପସ୍ଥିତ ରହି କାର୍ଯ୍ୟ କୁ ଉତ୍ସାହିତ କରିଥିଲେ ! ଏଥିରେ ଅନେକ ପୁରୁଷ ମହିଳା ଯୋଗଦାନ କରି ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିଛନ୍ତିି !ମୁଖ୍ୟ ଅତିଥି ଛତ୍ରିଆ ବାବୁ ପରିବେଶ ସୁରକ୍ଷା ଓ ବୃକ୍ଷ ଲତାର ସୁରକ୍ଷା ଦେବା ପାଇଁ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଥିଲେ ! ଜଙ୍ଗଲ ସୁରକ୍ଷା e କି କି ଲାଭ ହୁଏ ବୋଲି ବୁଝାଇ ଥିଲେ !

Comments
Loading...