ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଆଶାରେ ଦାଦନ ଶ୍ରମିକ ପରିବାର : ପ୍ରତିଶ୍ରୁତି ମିଳୁଛି, ପୂରଣ ହେଉନି

ପାଟଣାଗଡ଼ ୦୧/୦୫(କୋଶଲ ନ୍ୟୁଜ୍): ସରକାର ଖଟିଖିଆ ଗରିବ ପରିବାର ମାନଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ରେସନ କାର୍ଡ ଯୋଗାଇ ଦେଇ ପରିବାର ର ଜଣ ପିଛା ୫ କିଲୋ ଚାଉଳ ପଞ୍ଚାୟତ ମାନଙ୍କୁ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ଦୁଃଖର କଥା କେତେକ ପରିବାର ରେସନ କାର୍ଡ ଥାଇ ମଧ୍ୟ ବର୍ଷ ବର୍ଷ ଧରି ପି.ଡି.ଏସ ଚାଉଳ ପାଇନପାରି ଅସୁବିଧା ରେ ଚଳୁଛନ୍ତି । ଏପରି ଏକ ଗରିବ ଦାଦନ ଶ୍ରମିକ ପରିବାର ରହୁଛନ୍ତି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଜାମଚୁଆଁ ଗ୍ରାମର ଓଁକାର ବାଗ ଓ ସ୍ତ୍ରୀ ଲକ୍ଷ୍ମୀ ପାଞ୍ଚ ବର୍ଷର ପୁତ୍ର ରୁଦ୍ରେ, ଦେଢ଼ ବର୍ଷର ଝିଅ ଓଁରିତା, ନଅ ମାସର ଶିଶୁ ପୁତ୍ର ସୁଦର୍ଶନ ଓ ବିଧବା ମାଁ ପଞ୍ଚମୀ ରହୁଛନ୍ତି । ପରିବାର ର ମୁଖ୍ୟ ଭାବରେ ମାଁ ପଞ୍ଚମୀ ଙ୍କ ନାମରେ ରେସନ କାର୍ଡ ରହିଛି ଯାହାର କାର୍ଡ ସଂଖ୍ୟା ୦୫୦୭୦୯୧୨୨୧୯ ଅଗ୍ରାଧିକାର ପରିବାର ଲେଖା ଯାଇଛି ଓ ଚାରି ଜଣଙ୍କ ନାମ ରହିଛି । ଏହି ପରିବାର ପୁର୍ବ ରୁ ୨୦ କିଲୋ ଚାଉଳ ପାଉଥିଲେ ଆଜକୁ ତିନି ବର୍ଷ ହେବ ଚାଉଳ ପାଇବାରୁ ବଞ୍ଚିତ ରହିଛନ୍ତି । ପରିବାର ଚଳିବାରେ ଅସୁବିଧା ହେବାରୁ ଓଁକାର ତାଙ୍କର ସ୍ତ୍ରୀ ଓ ଦୁଇ ପୁଅ କୁ ଘରେ ଛାଡି ମାଁ ଏବଂ ଝିଅ କୁ ସାଙ୍ଗରେ ଧରି ବାହାର ରାଜ୍ୟ କୁ ଦାଦନ ଖଟି ଯାଇଛନ୍ତି । ଘରେ ତାଙ୍କର ସ୍ତ୍ରୀ ଲକ୍ଷ୍ମୀ ଦୁଇ ପୁଅ ସହ ରହୁଛନ୍ତି । ଲକ୍ଷ୍ମୀ କୁହନ୍ତି, ତାଙ୍କ ପରିବାର ଲୋକେ ଆଜକୁ ଦୁଇ ବର୍ଷ ହେବ ଖପ୍ରାଖୋଲ ଯୋଗାଣ ଅଧିକାରୀ ଙ୍କୁ ସାକ୍ଷାତ କରି ଚାଉଳ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ ହିଁ ଚାଉଳ ମିଳିଯିବ ବୋଲି ପ୍ରତିଶୃତି ବ୍ୟତୀତ ଆଜକୁ ତିନି ବର୍ଷ ବିତିଗଲାଣି ପି.ଡି.ଏସ ଚାଉଳ ମିଳି ପାରି ନାହିଁ । କେଉଁ କାରଣ ଯୋଗୁ ତାଙ୍କ ପରିବାର କୁ ଚାଉଳ ମିଳି ପାରିନି ଆମେ ଜାଣିପାରୁ ନାହୁଁ ବୋଲି କହିବା ସହ ମୁଁ ଏକୁଟିଆ ଘରେ ରହି ବହୁ କଷ୍ଟରେ ମଜୁରୀ କାମ କରି ମୋ ଦୁଇ ଛୁଆ କୁ ଲାଳନ ପାଳନ କରୁଛି ବୋଲି କହିଛନ୍ତି । ସରକାର ଯଥାଶୀଘ୍ର ତାଙ୍କ ପରିବାର କୁ ରେସନ କାର୍ଡ ରେ ଚାଉଳ ଯୋଗାଇ ଦେବାକୁ ଲକ୍ଷ୍ମୀ ଦାବୀ କରିଛନ୍ତି ।

Comments
Loading...