ନିଆଁ ଲାଗି ଲକ୍ଷାଧିକ ଟଙ୍କା ର ସମ୍ପତ୍ତି ନଷ୍ଟ

ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅନ୍ତର୍ଗତ ଜାମଚୁଆଁ ଗ୍ରାମର ରାଧେଶ୍ୟାମ ସାହୁ ପିତା କୈଳାସ ସାହୁ ଙ୍କ ଘରେ ସର୍ଟସର୍କିଟ୍ ରୁ ନିଆଁ ଲାଗି ଯାଇଥିଲା। ଏହି ସମୟରେ ରାଧେଶ୍ୟାମ ଘରେ ନଥିଲେ ସେ ନିଜ ଶ୍ଵଶୁର ଘର କନ୍ଦାଗାଡ୍ କୁ ଯାଇଥିଲେ। ରାଧେଶ୍ୟାମ ଙ୍କ ଘରେ ନିଆଁ ଲାଗିଥିବା ଦେଖି ଗ୍ରାମବାସୀମାନେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ଏବଂ ଖପ୍ରାଖୋଲ୍ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଏବଂ ମୁକେଶ ସୁନା, ବଲ୍ଲଭ ସାହୁ,ସୋରୋଜ ପ୍ରଧାନ, ଆଦର୍ଶ ଖମାରୀ ତଥା ଗ୍ରାମ ବାସି ଙ୍କ ମିଳିତ ସହଯୋଗ ରେ ନିଆଁ ଲିଭା ଯାଇଥିଲା।

Comments
Loading...