ସଂକ୍ରମଣ ମୁଁ ଭୟ କରି ପାଖ ମାଡିଲେନି ସାହି ପଡିଶା

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଭାଲୁଡୁଙ୍ଗୁରି ଗ୍ରାମ ରେ ଦେଖିବାକୁ ମିଳିଛି ଏକ ଦୁଃଖଦାୟକ ଦୃଶ୍ୟ।ଭାଲୁଡୁଙ୍ଗୁରି ଗ୍ରାମ ର ଅଯୋଧ୍ୟା ସାହୁ ୬୦ ବର୍ଷ ଗତ ୧୦ ଦିନ ହେଲା ଜ୍ବର ରେ ପିଡୀତ ଥିଲେ। ସୋମବାର ଦିନ ଡାକ୍ତରଖାନା ରେ ତାଙ୍କର କୋରୋନା ପରିକ୍ଷଣ କରିବାରୁ କୋରୋନା ସଂକ୍ରମିତ ଥିବା ଜଣା ପଡିଥିଲା। ତାଙ୍କୁ ଔଷଧ ଦେଇ ଘରେ ରହିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ସ୍ୱାସ୍ଥ୍ୟବସ୍ଥା ଅତି ଖରାପ ହେବାରୁ ତାଙ୍କର ଆଜି ମୃତ୍ୟୁ ହୋଇଥିଲା। ଅଯୋଧ୍ୟା କୋରୋନା ସଂକ୍ରମିତ ହୋଇ ମୃତୁ୍ୟବରଣ କରିଥିବା ଯୋଗୁଁ ସଂକ୍ରମଣ ଭୟରେ ସାହି ପଡିଶା, ଗ୍ରାମ ବାସି, ପରିବାର ଲୋକେ କେହି ବି ପାଖ ମାଡିଲେନି। ଶେଷରେ ପୁଅ ଦାମୋଦର ନିରୁପାୟ ହୋଇ ଡାକ୍ତରଖାନା ଦ୍ବାରା ପ୍ରଦତ୍ତ ପିପିଇ କିଟ୍ ପିନ୍ଧି ଏକ ସାଇକେଲ ଯୋଗେ ମାଁ ର ଶବ କୁ ବାନ୍ଧି ମଶାଣି କୁ ନେଇଥିଲେ।ବାପା ମକାରୁ ସ୍ତ୍ରୀ ଅଯୋଧ୍ୟା ଙ୍କ ଶବ ପଛେ ପଛେ ମଶାଣି ପର୍ଯ୍ୟନ୍ତ ଯାଇଥିଲେ। ଏହି ଦୃଶ୍ୟ ହୃଦୟ ବିଦାରକ ଥିଲା। ଏମିତି ଲାଗୁଥିଲା ଯେମିତି ମଣିଷ ପଣିଆ ଆଉ ଦୁନିଆରେ ନାହିଁ।ପରେ ଖବର ପାଇ କିଛି ସାମାଜିକ କର୍ମୀ ପହଞ୍ଚି ଶବ ସତ୍କାର କରିବାରେ ସହଯୋଗ କରିଥିଲେ।

Comments
Loading...