ପ୍ରତ୍ୟକ୍ଷଦର୍ଶୀ ଙ୍କୁ ଇଓ ଙ୍କ ଧମକ

ଏହି କିଛି ଦିନ ଆଗରୁ ଆମେ ଖପ୍ରାଖୋଲ ବ୍ଲକ ରେଙ୍ଗାଲି ସରପଞ୍ଚ ଙ୍କ ବିରୋଧରେ ଆସିଥିବା ପିସି କାରବାର ଉପରେ ଅଭିଯୋଗ ଉପରେ ଆମେ ଏକ ଖବର ପରିବେଷଣ କରିଥିଲୁ। ରେଙ୍ଗାଲି ସରପଞ୍ଚ ସବିତା ମେହେର ପିସି ନେଉଥିବା ସମୟରେ ସେଠାରେ ଉପସ୍ଥିତ ଥିବା ପ୍ରତ୍ୟକ୍ଷଦର୍ଶୀ ରାମେଶ୍ବର ବାଗ ଙ୍କୁ ତାଙ୍କ ବୟାନ ରୁ ଓହରି ଯିବାକୁ ନାନା ପ୍ରକାର ଧମକ ଚମକ ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି। ଏହି ପିସି କାରବାରରେ ବହୁତ ବଡ଼ବଡ଼ିଆ ବାବୁ ମାନେ ସାମିଲ୍ ଥିବାରୁ ତଦନ୍ତ ହେଲେ ସେମାନଙ୍କ ଅସଲି ଚେହେରା ସର୍ବସମ୍ମୁଖ କୁ ଆସିବାର ଭୟ ଗ୍ରାସିଲାଣି। ତେଣୁ ସେମାନେ କଳେବଳେ କୌଶଳେ ଏଥିରୁ ବାହାରି ବାକୁ ଚେଷ୍ଟା କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ରାମେଶ୍ବର ବାଗ ଙ୍କୁ ରେଙ୍ଗାଲି ପଞ୍ଚାୟତ କୁ ଡାକି ତାଙ୍କୁ ଇଓ ବାହୁବଳେନ୍ଦ୍ର ପୁରୋହିତ ଧମକ ଚମକ ଦେଇ ଏକ କାଗଜ ରେ ଦସ୍ତଖତ କରାଇନେଇଥିବା ରାମେଶ୍ବର ବାଗ ଅଭିଯୋଗ କରିଛନ୍ତି। ଯଦି ଶୀଘ୍ର ତଦନ୍ତ ନହୁଏ ତାହେଲେ ପ୍ରତ୍ୟକ୍ଷଦର୍ଶୀ ଙ୍କୁ ଧମକ ଚମକ ଦେଇ ତାଙ୍କ ବୟାନ ରୁ ଓହରି ଯିବାକୁ ବାଧ୍ୟ କରିବେ ଏହି ଦୁର୍ନୀତି ଖୋର୍ ମାନେ ବୋଲି ଅଞ୍ଚଳ ରେ ଚର୍ଚ୍ଚା ହେଉଛି।

Comments
Loading...