ଧଣ୍ଡାମୁଣ୍ଡା ଛକରେ କାର୍ ସହ କୋରେକ୍ସ ଜବତ

ଖପ୍ରାଖୋଲ ଅଞ୍ଚଳ ରେ ନିଶା ବେପାରୀଙ୍କ ପାଦୃଭାବ ଦିନ କୁ ଦିନ ବଢିବାରେ ଲାଗିଛି। ବିଶେଷ କରି ଅଞ୍ଚଳ ର ଗରିବ ଶ୍ରେଣୀର ତଥା ଯୁବ ଗୋଷ୍ଠୀ ଙ୍କୁ ପଥଭ୍ରଷ୍ଟ କରାଇ ନିଜ ବେପାର ଚଲାଇଛନ୍ତି। ବାରମ୍ବାର ପୋଲିସ ହାତରେ ଧରାପଡିଲେ ମଧ୍ୟ ନିଜର ବେପାର ବନ୍ଦ କରୁନାହାନ୍ତି। ଆଜି ପାଟଣାଗଡ଼ ରୁ ଖପ୍ରାଖୋଲ୍ ଅଭିମୁଖେ ଆସୁଥିବା ଏକ କାର୍ କୁ ଖପ୍ରାଖୋଲ୍ ପୋଲିସ କୈାଣସି ସୁତ୍ରରୁ ଖବର ପାଇ ଧଣ୍ଡାମୁଣ୍ଡା ଛକରେ ଅଟକାଇ ଯାଞ୍ଚ୍ କରିଥିଲେ।କାର୍ ରେ ବହୁ ସଂଖ୍ୟାରେ କୋରେକ୍ସ ଥିବା ଦେଖି କାର୍ କୁ ଖପ୍ରାଖୋଲ୍ ଥାନା କୁ ଆଣିବା ସହ କାର୍ ରେ ଥିବା ପାଟଣାଗଡ଼ ର ସୁନିଲ ପାତ୍ର ଏବଂ ରିଙ୍କୁ ଜୈନ ଙ୍କୁ ହେପାଜତରେ ନେଇ ତଦନ୍ତ ଚଳାଇଥିବା ଜଣାପଡ଼ିଛି। ଏହି ଚଢାଉ ରେ ଖପ୍ରାଖୋଲ୍ ଥାନା ଅଧିକାରୀ ରମାକାନ୍ତ ସାହୁ,ସେଓ୍ବନ କେରକେଟା ତଥା ପୋଲିସ କର୍ମଚାରୀ ସାମିଲ୍ ଥିଲେ।

Comments
Loading...