ଜନ୍ମ ଦିନରେ ସଂପୂର୍ଣ୍ଣ ଶରୀର ଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି ଅଜୟ

ବଲାଙ୍ଗୀର (କୋଶଲ ନ୍ୟୁଜ): ବଲାଙ୍ଗୀର ଜିଲ୍ଲାର ଜଣେ ସୁନାମ ଧନ୍ୟ କଳାକାର ଅଜୟ କୁମାର ନାଗ ନିଜର ଜନ୍ମ ଦିନ ପୂର୍ବରୁ ତାଙ୍କର ସଂପୂର୍ଣ୍ଣ ଶରୀରକୁ ମୃତ୍ୟୁ ପରେ ବଲାଙ୍ଗୀର ମେଡିକାଲ କଲେଜରେ ଗବେଷଣା ପାଇଁ ନିମିତ୍ତେ ଦାନ କରି ଏକ ବଲାଙ୍ଗୀର ଜିଲ୍ଲାରେ ଉଦାହରଣ ସୃଷ୍ଟି କରିଛନ୍ତି।ମେଡିକାଲ କଲେଜର ଏସିସଟାଣ୍ଡ ପ୍ରୋଫେସର ଡାକ୍ତର ମନୋଜ ଦେହେରୀଙ୍କୁ ଭେଟି ଏଫିଡେଫିଟ ସହ ସମସ୍ତ ଦସ୍ତାବିଜ ପ୍ରଦାନ କରିଥିଲେ।ଏହି ସମୟରେ ତାଙ୍କର ବନ୍ଧୁ ସନ୍ତୋଷ ପଟ୍ଟନାୟକ ଉପସ୍ଥିତ ଥିଲେ। ଏଭଳି ଏକ ମହାନ କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ପ୍ରଶଂସା ଶୁଅ ଛୁଟୁଛି।।

Comments
Loading...