ମୁଖ୍ୟ ପରାମର୍ଶଦାତା , ଅଧ୍ୟକ୍ଷଙ୍କ ସହିତ ଏନ୍ଏଚଏମ ଡାଇରେକ୍ଟରଙ୍କ ରାଉରକେଲା କୋଭିଡ଼ ହସ୍ପିଟାଲ ପରିଦର୍ଶନ ଓ ସମୀକ୍ଷା

ରାଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ରାଉରକେଲା ଗସ୍ତରେ ଆସିଛନ୍ତି ମୁଖ୍ୟ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସୀତ ତ୍ରିପାଠୀଙ୍କ ସହିତ ଏନଏଚଏମ ନିର୍ଦେଶକ ତଥା ସ୍ବତନ୍ତ୍ର ସ୍ବାସ୍ଥ୍ୟ ସମ୍ପାଦିକା ଶ୍ରୀମତୀ ଶାଲିନୀ ପଣ୍ଡିତ । ରାଉରକେଲା ପହଞ୍ଚିବାପରେ ହାଇଟେକ କୋଭିଡ ହସ୍ପିଟାଲକୁ ପହଞ୍ଚି ସମସ୍ତ ଯାଞ୍ଚ କରିବା ରାଉରକେଲା ମହାନଗର ନିଗମର କଲ ସେଣ୍ଟର ମଧ୍ୟ ବୁଲି ଦେଖିଥିଲେ । ତତ ପରେ ସଂପୂର୍ଣ୍ଣ ଜିଲ୍ଲା ପ୍ରଶାସନକୁ ନେଇ ଏକ ସମୀକ୍ଷା ବୈଠକରେ ବସିଥିଲେ । ଆଇଜିଏଚ , ହାଇଟେକ ଓ ଏନଟିପିସି ହସ୍ପିଟାଲ କରୋନା ସଂକ୍ରମଣଙ୍କର ଉଚିତ ରକ୍ଷଣା ବେକ୍ଷଣ ସହ ଚିକିତ୍ସାରେ ସହଯୋଗ କରୁଥିବାରୁ ସାଧୁବାଦ ଜଣାଇଥିଲେ ଶ୍ରୀ ତ୍ରିପାଠୀ । ସାମ୍ବାଦିକ ମାନଙ୍କୁ ବିଭିନ୍ନ ସୂଚନା ଦେଇ କହିଥିଲେ ଯେ ଜିଲ୍ଲାରେ ଦ୍ବିତୀୟ ଲହରୀରେ ସଂକ୍ରମକଙ୍କ ସଂଖ୍ୟା ବହୁମାତ୍ରାରେ ବଢିଛି । ଏହାକୁ ପ୍ରତିହତ ଓ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ପରିମାଣରେ ଇକୁପମେଣ୍ଟସ ରହିଛି । ତେବେ ଆଇସିୟୁ ପାଇଁ ଅଧିକ ବେଡ ଦରକାର ହେଉଥିବାରୁ ସେଥିପ୍ରତି ମଧ୍ୟ ଅଳ୍ପଦିନରେ ସମସ୍ତ ବ୍ୟବସ୍ତା କରାଯିବାର ପ୍ରସ୍ତୁତି ଚାଲିଛି । ଏନଏଚଏମ ଅଧ୍ୟକ୍ଷା ଶ୍ରୀମତୀ ଶାଲିନୀ ପଣ୍ଡିତ କହିଲେ ଯେ ଆଇଜିଏଚରେ ଆରଟିଫିସିଆଲ ପରୀକ୍ଷା ସକାସେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଖୁବ କମ ଦିନରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଉରକେଲା ଆଇଜିଏଚ ଓ ଝାରସୁଗୁଡା ମେଡିକାଲକୁ ଗୋଟିଏ ଲେଖାଏଁ ଆରଟିପିସିଆର ମେସିନ ଯୋଗାଇ ଦିଆଯିବ । ଯଦ୍ବାରେ ଉକ୍ତ ମେସିନ ସହ ଯୋଗରେ ପ୍ରତ୍ୟହ ୫୦୦ ଜଣଙ୍କ ପରୀକ୍ଷା ଆରାମରେ କରାଯାଇ ପାରିବ । ସୁନ୍ଦରଗଡ ଜିଲ୍ଲାର ୫ ଟି ହସ୍ପିଟାଲରେ କରୋନା ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ସଠିକ ସହ ଭେକ୍ସିନାଇଜେସନ ମଧ୍ୟ ସଠିକ ଭାବେ ପରିଚାଳିତ ହେଉଥିବା ନେଇ ମତବ୍ୟକ୍ତ କରିଥିଲେ ଶ୍ରୀ ତ୍ରିପାଠୀ ଓ ଶ୍ରୀମତୀ ପଣ୍ଡିତ ।

Comments
Loading...