୫ ବର୍ଷକୁ ଥରେ ପାଳିତ ହୁଏ ଏହି ପାରମ୍ପରିକ “ଟୋକିମରା ପର୍ବ”

ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ଅଞ୍ଚଳା ପଞ୍ଚାୟତ ଅଧୀନ ସିନ୍ଧିକାଗୁଡା ଗ୍ରାମରେ ଟୋକିମରା ପର୍ବ ପାଳନ ହୋଇଛି | ଟୋକିମରା ପର୍ବ ହେଉଛି ଆଦିବାସୀ ମାନଙ୍କର ପାରମ୍ପରିକ ପର୍ବ | ଏହି ପର୍ବ ୫ ବର୍ଷକୁ ଥରେ ଏହି ପର୍ବ ପାଳନ କରାଯାଇଥାଏ। ଏଥିରେ ପ୍ରଥମେ ଗ୍ରାମର ଲୋକେ ପୂଜାରୀଙ୍କ ସହ ଝରିଗାଁ ବ୍ଲକ ଅଧୀନ ରାମସା ଗ୍ରାମର ପୂଜାରୀ ଙ୍କ ଘରକୁ କନ୍ୟା ମାଗିବାକୁ ଯାଇ କଣ୍ଢେଇ ରୂପରେ କନ୍ୟା ଆଣି ଗ୍ରାମକୁ ଆସି ଗ୍ରାମର ପୂଜାରୀ ଘରେ ରଖାଯାଇଥିଲା | ଗବାଗୁଡା ଗ୍ରାମରୁ ଗୁରୁମାଇନି ଙ୍କୁ ଆଣି ଗ୍ରାମର ପୂଜାରୀ ଘରେ ପୂଜାର୍ଚ୍ଚନା କରଯାଇଥିଲା |

ପ୍ରତିଦିନ ପାରମ୍ପରିକ ବେଶରେ ଲୋକେ ସଜିତ ହୋଇ ପୂଜାରୀ ଘରୁ ଶୋଭାଯାତ୍ରାରେ ବାହାରି ବିଭିନ୍ନ ଗ୍ରାମକୁ ଯଥା :- ବଡନୀ, ବେଲଝରି, ବଦଲିଗୁଡା, ଡୁମାଗୁଡା, ଧାରିନିଯୋଡି, ପଣ୍ଡିକିଛାପର ଗ୍ରାମ ପରିକ୍ରମ କରି ସିନ୍ଧିକାଗୁଡା ପୂଜାରୀ ଘର କୁ ଫେରନ୍ତି | ଏହି ପର୍ବ ଆଜି ଶେଷ ହେବ | ଏହି ଶେଷ ଦିନରେ ଗ୍ରାମବାସୀ ଏକ ମେଣ୍ଢା କିଣି ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଛାଡି ଦେଇଥାନ୍ତି |ନବରଙ୍ଗପୁର ଜିଲ୍ଲା ଗୋଟିଏ ଆଦିବାସୀ ବହୁଳ ଜିଲ୍ଲା ହାଇଥିବା ହେତୁ ଏଭଳି ଅନେକ ପାରମ୍ପରିକ ପର୍ବପ୍ରଚାର ପ୍ରସାର ଅଭାବରୁ ଲୋକ ଲଚନକୁ ଆସି ପାରୁ ନାହିଁ।

Comments
Loading...