ଡାବୁଗାଁ ବ୍ଲକର ସାପଧାରଗୁଡ଼ା ବିଦ୍ୟାଳୟରେ ଜାତୀୟ ପତକା କୁ ଅସଂମ୍ମାନ ଏଵଂ ଏମ.ଖୁଟଗୁଡରେ ମଧ୍ୟାନ ଭଜନ ଘଟାଲା

ନବରଙ୍ଗପୁର :-ଡାବୁଗାଁ ବ୍ଲକର ସାପଧାରଗୁଡ଼ା ବିଦ୍ୟାଳୟରେ ଆଜି ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା ସୂର୍ଯ୍ୟାସ୍ତ ପରେ ବି ସାଧାରଣତନ୍ତ୍ର ଦିବସରେ ଜାତୀୟ ପତକାକୁ କାଡ଼ିନଥିଲେ ଦାୟିତ୍ୱରେ ଥିବା ଶିକ୍ଷକ, ଖାଲି ଏତିକି ନୁହଁ ପତାକା ଉତ୍ତୋଳନ ପରେ ବିଦ୍ୟାଳୟ ପରିସରରେ ଜାତୀୟ ପତାକା ଗୁଡିକୁ ଫିଙ୍ଗା ଯାଇଥିଲା, ଜାତୀୟ ପଟକକୁ ଏଭଳି ଅସଂମାନ ପ୍ରକୃତରେ ଗ୍ରହଣ ଯୋଗ୍ୟ ନୁହଁ। ବର୍ତ୍ତମାନ ଦେଖିବାକୁ ବାକି ରହିଲା ବ୍ଲକ ଶିକ୍ଷବିଭାଗ ଏହି ଘଟଣା ପାରେ କଣ ପଦକ୍ଷେପ ଗ୍ରହଣ କରୁଛି। ଏଭଳି ଆଉ ଏକ ଘଟଣା ଦେଖିବାକୁ ମିଳିଛି ଏମ ଖୁଟଗୁଡ ବିଦ୍ୟାଳୟରେ ଆଜି ବିଦ୍ୟାଳରେ ୯୦ ଜଣ ଛାତ୍ର ଛାତ୍ରୀ ଆସିଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର କହିବା ବେଳେ, ଶିକ୍ଷକ କହୁଛନ୍ତି ୧୪୦ ପିଲା ଆସିଥିଲେ ଏଭଳି ମଧ୍ୟାନ ଭଜନ ତଥ୍ୟ ଲୁଚାଇ ପୂର୍ବାରରୁ ମଧ୍ୟ ଏହି ବିଦ୍ୟାଳୟରେ ଶିକ୍ଷକ ମାନେ ପିଲାଙ୍କ ପାଇଁ ଆସୁଥିବା ମଧ୍ୟାନ ଭଜନ ପଇସା ଆତ୍ମସାତ କରୁଥିବା ଅଭିଯୋଗ ହେଉଛି।

ବିଦ୍ୟାଳୟ ବନ୍ଦ ହେବାପରେ ଏହି ବିଦ୍ୟାଳୟର ଭଜିଭତା ଚାଲିବା କେତେଦୂର ଯୁକ୍ତି ଯୁକ୍ତ, ଖାଲି ମଧ୍ୟାନ ଭଜନ ନୁହଁ ଏମ.ଖୁଟଗୁଡା ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆସିଥିବା ସ୍କୁଲଡ୍ରେସ ଏଵଂ ବୁଟ ମଧ୍ୟ ନିମ୍ନ ମାନର ଦିଆ ଯାଇଛି ବଳି ଅଭିଯୋଗ ହେଉଛି। କିଛି ମାସ ପୂର୍ବେ ଛାତ୍ର ଛାତ୍ରୀ ମାନଙ୍କୁ ଶ୍ରମିକ ଭଳି ବିଦ୍ୟାଳୟରେ କାମ କରାଉଥିବା ଖବର ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ବାରମ୍ବାର ଅଭିଯୋଗ ପରେ ମଧ୍ୟ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ କିଛି ପଦକ୍ଷେପ ନେଉ ନାହାନ୍ତି। ଏଥିପ୍ରତି ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଏହି ଘଟଣାର ତଦନ୍ତ କରି ଦସୀ ପ୍ରତି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ, ଡାବୁଗାଁ ବ୍ଲକର ଶିକ୍ଷା ବ୍ୟବସ୍ଥା ରେ କିଛି ସୁଧାର ଆସି ପାରନ୍ତା କାରଣ କିଛି ଶିକ୍ଷକ ନିୟମିତ ବିଦ୍ୟାଳୟକୁ ଡେରିରେ ଆସନ୍ତି ।

Comments
Loading...