ଡାବୁଗାଁ ସାମ୍ବାଦିକ ସଂଘର ସାମ୍ବାଦିକମାନେ ନେଲେ କୋରନା ଟିକା

ନବରଙ୍ଗପୁର:ଡାବୁଗାଁ ସାମ୍ବାଦିକ ସଂଘର ସାମ୍ବାଦିକମାନେ ମଙ୍ଗଳବାର ଅପରାନ୍ନରେ ଡାବୁଗାଁ ମେଡ଼ିକାଲ ରେ ନେଲେ କୋରନା ଟିକା ।ସେହିଭଳି ରାଜ୍ୟ ସରକାରଙ୍କର ନିର୍ଦ୍ଦେଶକ୍ରମେ ଜିଲା ପ୍ରଶାସନ ଓ ଜିଲା ସୂଚନା ଓ ଲୋକ ସଂପର୍କ ବିଭାଗଆନୁକୁଲ୍ୟରେ ସଂସ୍କୃତି ଭବନଠାରେ କରୋନା ଯୋଦ୍ଧା ଭାବେ ସାମ୍ବାଦିକମାନଙ୍କୁ ଟିକା ପ୍ରଦାନ କରାଯାଇଥିଲା। ଜିଲାପାଳ ଡଃ.ଅଜିତ୍‍ କୁମାର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଏହି ଟିକାଦାନ କେନ୍ଦ୍ରରେ ଉପଜିଲାପାଳ ଭାସ୍କର ରଇତ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ.ଚୈାଧୂରୀ ଶୋଭାରାଣୀ ମିଶ୍ର, ଅତିିରିକ୍ତ ଚିକିତ୍ସା ଅଧିକାରୀ ଡଃ.ଆର. ବିଜୟକୁମାର, ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ହଳଧର ନିଆଲ ପ୍ରମୂଖ ଉପସ୍ଥିତ ଥିଲେ। ଜିଲା ମୁଖ୍ୟ ଡାକ୍ତରଖାନା ପକ୍ଷରୁ ଟିକାଦାନ କରାଯାଇଥିଲା। ଏଥିରେ ଜିଲା ସଦର ମହକୁମାରେ କାର୍ଯ୍ୟରତ ୪୦ଜଣ ସାମ୍ବାଦିକ ଟିକା ନେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲା ସୂଚନା ଓ ଲୋକ ସଂପର୍କ ବିଭାଗର କର୍ମଚାରୀମାନେ ସହଯୋଗ କରିଥିଲେ।


ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କିଛି ଦିନ ତଳେ ସାମ୍ବାଦିକ ମାନଙ୍କୁ ଆଗଧାଡିର କୋରନା ଯୋଦ୍ଧା ଭାବେ ଘୋଷଣା କରିଥିଲେ ଓ ରାଜ୍ୟ ରେ କର୍ତ୍ତବ୍ୟ ରତ ସାମ୍ବାଦିକ ପ୍ରତିନିଧି ଙ୍କୁ କୋରନା ଟିକା ଦିଆଯିବ ବୋଲି ଘୋଷଣା କରିଥିଲେ। ଏହି ପରିପ୍ରେକ୍ଷିରେ ଡାବୁଗାଁ ପ୍ରେସ୍ କ୍ଳବ୍ ତରଫରୁ ଜିଲ୍ଲାପାଳ ତଥା ପ୍ରଶାସନ କୁ ଧନ୍ୟବାଦ ଦେଇଛନ୍ତି।

Comments
Loading...