ଗୋନା ପଞ୍ଚାୟତ ରେ ଜଣେ ବୃଦ୍ଧ୍‌ଙ୍କ ହଠାତ୍ ମୃତ୍ୟୁ

ରାଇଘର ୫/୪ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଗୋନା ପଞ୍ଚାୟତ ର ଚିଙ୍ଗଡାଭାଟା ଗ୍ରାମ୍ ର ଜଣେ ବୃଦ୍ଧଙ୍କ ହଠାତ୍ ମୃତ୍ୟୁ ହୋଇଥିବା ଜଣାପଡିଛି ।ପ୍ରାପ୍ତ ସୁଚନା ଅନୁଯାୟି ଗତ କାଲି ଚିଙ୍ଗଡାଭାଟା ଗ୍ରାମ୍ ର କମଳ ହରିଜନ (୬୦) କରୋନା ଟିକା ନେଇ ଥିଲେ ଏହା ପରେ ଘରକୁ ଜାଇ ପ୍ରତିଦିନ ଭଳି ରାତି ରେ ଖାଈ ଶୋଇ ଥିଲେ ବିଳମ୍ବିତ ରାତିରେ ତାଙ୍କ ପରିବାର ଲୋକେ ଶରୀର ଖରାପ ଥିବା ଜାଣି ରାଇଘର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ଆଣିଥିଲେ ସ୍ବାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚିବା ପରେ ଡକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ।ଏହା କୁ ନେଇ ଟିକା ପାଇଂ ଏପରି ଘଟିଥିବା ପରିବାର ଲୋକେ କହୁଥିବା ବେଳେ ରାଇଘର ସ୍ବାସ୍ଥ୍ୟ କେନ୍ଦ୍ର ର ଡ. ରୂପେଶ ଢ଼ାଲି କେଉଁ କାରଣରୁ ମୃତ୍ୟୁ ଘଟିଛି ତାହା ସନ୍ଦେହ ଥିବାରୁ ତାଙ୍କୁ କୋରାପୁଟ ମେଡିକାଲ୍ କାଲେଜ୍ କୁ ଶବ ବ୍ୟବଚ୍ଛେଦ ପାଇଁ ପଠେଇ ଥିବା କହିଛନ୍ତି।ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁ ର ପ୍ରକୃତ କାରଣ ଜଣାପଡିବ ବୋଲି ଡକ୍ଟର କହିଛନ୍ତି।ଏହା କୁ ନେଇ ରାଇଘର ଥାନା ରେ ଏକ୍ ଅପମୃତ୍ୟ ମାମଲା ରୁଜୁ କରାଯାଇଛି।

Comments
Loading...