ଜିଲ୍ଲା ଏବଂ ବ୍ଲକ ସ୍ତରରେ ବିଭିନ୍ନ ଜୟନ୍ତୀ ଉତ୍ସବ ପାଳନ ପରେ ପ୍ରତିମୂର୍ତ୍ତି ରେ ପୁରୁଣା ଫୁଲ ଗୁଡାକ ରହି ପ୍ରତିମୂର୍ତ୍ତି ର ସୌନ୍ଦର୍ଯ୍ୟ ହାନି ହେଉଛି

ନବରଙ୍ଗପୁର:- ବର୍ଷର ବିଭିନ୍ନ ସମୟରେ ମହାପୁରୁଷ ମାନଙ୍କ ରାଜ୍ୟ, ଜିଲ୍ଲା ଏବଂ ବ୍ଲକ ସ୍ତରରେ ଜୟନ୍ତୀ ଉତ୍ସବ ପାଳନ କରାଯାଇ ଥାଏ। ଜୟନ୍ତୀ ଉତ୍ସବ ପାଳନ ସମୟରେ ପ୍ରଶାସନିକ ଅଧିକାରୀ ଙ୍କ ବ୍ୟତୀତ ବିଭିନ୍ନ ରାଜନୈତିକ ଦଳର ନେତା ମାନେ ମଧ୍ୟ ପୁଷ୍ପ ମାଲ୍ୟାର୍ପଣ କରି ଥାନ୍ତି। କିନ୍ତୁ, ଦୁଃଖର ବିଷୟ ପରବର୍ତ୍ତୀ ଜୟନ୍ତୀ ପାଳନ ପର୍ଯ୍ୟନ୍ତ ଆଉ ସେହି ମହାପୁରୁଷ ମାନଙ୍କୁ କେହି ମନେ ବି ପକାନ୍ତି ନାହିଁ। ଦେଖିବାକୁ ମିଳିଛି, ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ରେ ଯେଉଁ ପୁଷ୍ପମାଲ୍ୟ କରାଯାଇଥାଏ, ତାହା ପ୍ରତିମୂର୍ତ୍ତି ଉପରେ ଦୀର୍ଘ ଦିନ ଧରି ରହିବା ଫଳରେ ମୂର୍ତ୍ତିଟି ତାର ଚମକ ହରାଇ ଥାଏ। ସେହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଡାବୁଗାଁ ବ୍ଲକ ସ୍ଥିତ ଗାନ୍ଧୀ ପାର୍କରେ ଥିବା ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ଥିବା ପୁରୁଣା ଫୁଲ ହର ଗୁଡିକ ଏବଂ ନବରଙ୍ଗପୁର ଜିଲ୍ଲା ଜାତୀୟ ରାଜପଥ ପାର୍ଶ୍ୱ ସର୍କିଟ ହାଉସ ନିକଟରେ ଥିବା ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଠାରେ।

ପଞ୍ଚାୟତରାଜ ଦିବସ ମାର୍ଚ୍ଚ ୫ ତାରିଖ ଠାରୁ ପ୍ରତିମୂର୍ତ୍ତି ରେ ପୁରୁଣା ଫୁଲ ଗୁଡାକ ରହି ପ୍ରତିମୂର୍ତ୍ତି ର ସୌନ୍ଦର୍ଯ୍ୟ ହାନି ହେଉଛି । ନବରଙ୍ଗପୁର ସହରର କିଛି ଯୁବକ ବିଜୁବାବୁଙ୍କୁ ନିଜର ଆଦର୍ଶ ବୋଲି ଭାବୁଥିବା ବିଜୁପ୍ରେମୀ ଆଲୋକ ସାହୁ, ନିନିବାବୁ ତ୍ରିପାଠୀ ଏବଂ ଆଶୁତୋଷ ଦାଶ ମିଶି ସଫାସୁତୁରା କରି ନିଜର ଶ୍ରଦ୍ଧା ଭକ୍ତି ଅର୍ପଣ କରିଥିଲେ । ଆଗାମୀ ଦିନରେ ମଧ୍ୟ ଏଭଳି କାର୍ଯ୍ୟ ଜାରି ରହିବ ବୋଲି ପ୍ରକାଶ କରିଥିଲେ। କିନ୍ତୁ ନବରଙ୍ଗପୁର ଜିଲ୍ଲା ର ବିଭିନ୍ନ ବ୍ଲକରେ ଥିବା ପ୍ରତିମୂର୍ତ୍ତି ଗୁଡିକରରେ ମଧ୍ୟ ପୁରୁଣା ଫୁଲ ଗୁଡିକ ରହି ପ୍ରତିମୂର୍ତ୍ତି ଗୁଡିକର ସୌନ୍ଦର୍ଯ୍ୟ ହାନି କରୁଛି ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଜିଲ୍ଲା ପ୍ରଶାସନ ଏବଂ ବିଭିନ୍ନ ରାଜନୈତିକ ଦଳର ସଦର୍ଶ ମାନେ ଧ୍ୟାନ ଦେଲେ ଭଲ ହଇଥାନ୍ତା ।

Comments
Loading...