କାଜୁ ବାଡ଼ ରେ ଯୁବତୀଙ୍କ ଆତ୍ମହତ୍ୟା

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଘୋଡ଼ାଖୁଣ୍ଟା ପଞ୍ଚାୟତ ର ମାଝିଗୁଡ଼ା ଗ୍ରାମ ପାଖ କାକୁ ବାଡ଼ରେ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଯୁବତୀ ଜଣକ କୁରୁପା ଗ୍ରାମର ଲିଲିପା ହରିଜନ ବୟସ ପ୍ରାୟ 22 ବର୍ଷ ହେବ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ ରାମଦାସ ହରିଜନଙ୍କ ଝିଅ ଲିଲିପା ହରିଜନ ସାତ ଦିନ ପୂର୍ବେ ଖାଇ ସାରିବା ପରେ ଅପରାହ୍ନରେ ଘରୁ ବାହାରିଥିଲା । କିନ୍ତୁ ସେ ଘରକୁ ଆଉ ଫେରି ନଥିଲା । ବନ୍ଧୁ ବାନ୍ଧବଙ୍କ ସେହି ଆଖପାଖ ଗ୍ରାମରେ ଖାଜାଖୋଜି କରିଥିଲେ ପରିବାର ଲକ କିନ୍ତୁ କଣସି ଖବର ମିଳି ନଥିଲା ।ଗୁରୁବାର ମାଝିଗୁଡ଼ା ଗ୍ରାମର ଏକ କାଜୁ ବଗିଚା ମଧ୍ୟରୁ କାକୁ ଗଛରେ ବ ଝୁଲନ୍ତା ଅବସ୍ଥାରେ ରହିଥିବା ଗ୍ରାମର କିଛି ଲୋକ ଦେଖିଥିଲେ ପର ଡାବୁଗାଁ ଆନାରେ ଏତଲା ଦେଇଥିଲା ଡାବୁଗାଁ ପୁଲିସ ଘଟଣାସ୍ତଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭକରି, ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଏହାର ତଦନ୍ତ ପୁଳିସ ଏସଆଇ କୈଳାସ ଚନ୍ଦ୍ର ବେହେରା କରୁଛନ୍ତି । ବର୍ତ୍ତମାନ ମୃତୁର ସଠିକ କାରଣ ଜଣା ପଡିନି ।

Comments
Loading...