୧୯୯୯ ମସିହା ମ୍ୟାଟ୍ରିକ ବ୍ୟାଚ ଛାତ୍ରଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ

ନବରଙ୍ଗପୁର :-ପାପଡାହାଣ୍ଡି ବ୍ଲକ ମୈଦଲପୁର ପଂଚାୟତ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ମ୍ୟାଟ୍ରିକ ବ୍ୟାଚ ର ବନ୍ଧୁ ମିଳନ ସ୍ଥାନୀୟ ଖଡକା ଠାରେ ଅନୁଷ୍ଠିତ ହୋଇଛି l ଦୀର୍ଘ ୨୫ବର୍ଷ ପରେ ବାଲ୍ୟ ବନ୍ଧୁମାନେ ଏକାଠି ମିଶିଥିବାରୁ ହସଖୁସି, ଆନନ୍ଦ ରେ ଦିନ ଟି କାଟି ଥିଲେ l କର୍ମମୟ ଜୀବନ ରୁ ଗୋଟିଏ ଦିନ ବାହାର କରି ସାଙ୍ଗ ସାଥି ମେଳ ରେ ସମସ୍ତେ ମିଶିଥିବା ରୁ ମ୍ୟାଟ୍ରିକ ପରେ ନିଜ ନିଜ ଜୀବନ ର ଗତି ପଥ ଉପରେ ଆଲୋଚନା କରିଥିଲେ l ଏହି ମସିହା ରେ ମୋଟ ୩୫ ଜଣ ପାଠ ପଢୁଥିବା ବେଳେ ୨୦ ଜଣ ଉପସ୍ଥିତ ଥିଲେ l ଏକ ୱାଟ୍ସଅପ ଗ୍ରୁପ ମାଧ୍ୟମରେ ସମସ୍ତେ ଏକତ୍ରିତ ହୋଇ ଆଜି ବନ୍ଧୁ ମିଳନ କରିଥିଲେ l ଆଗାମୀ ଦିନ ରେ ସମସ୍ତେ ସୁଖ ଦୁଃଖ ରେ ସାମିଲ ହେବା ପାଇଁ ପ୍ରତିଶୃତି ଦେଇଥିଲେ l ଆଜି ର କାର୍ଯ୍ୟକ୍ରମ  ଵାଵୁଲାଲ ସାଗର ତରଫରୁ ତିନି ଜଣ ବନ୍ଧୁ ଅସ୍ତୁ ହରିଜନ,ଜୟସିଗ ମାଝୀ, ଅରୁଣ ରାଉତ ଅଫେରା ଦୁନିଆକୁ ଚାଲିଯାଇଥିବା ଅମର ଆତ୍ମାର ସଦଗତି ପାଇଁ ଆତ୍ମା ଶାନତି ପାଇଁ ୨ ମିଟିନ ନିରବ ପ୍ରାଥନା ଉପସ୍ଥିତ ଥିବା ବନ୍ଧୁ ସ୍ମରଣ କରିଥିଲେ । ଆଗାମୀ ଦିନ ବନ୍ଧୁ ପାଇଁ ବନ୍ଧୁ ର ଭାଵନା ରେ ଦୁଃଖ ସୁଖର ସାଥୀ ହେଵା ପାଇଁ ହାତକୁ ହାତ ମିଲାଇ ଆଗକୁ ଯିବା ନିଷ୍ପତ୍ତି ହୋଇଥିଲା । ଆଗାମୀ ଦିନରେ ପାରିବାରିକ ବନ୍ଧୁ ମିଳନ ପାଇଁ  ନିଷ୍ପତି  ନିଆଯାଇଥିଲା।

Comments
Loading...