ଏମ ଏସ୍ ଡିଆନ୍ସ୍ ଆସୋସିଏସନ ଅଫ ଓଡ଼ିଶା ତରଫରୁ ବୌଦ୍ଧ ଠାରେ ମହେନ୍ଦ୍ର ସିଂ ଧୋନିଙ୍କ ଜନ୍ମ ଦିବସ ସପ୍ତାହ ପାଳନ

ତାରିଖ ୫/୭/୨୦୨୧। ଏମ ଏସ୍ ଡିଆନ୍ସ୍ ଆସୋସିଏସନ ଅଫ ଓଡ଼ିଶା ତରଫରୁ ବୌଦ୍ଧ ଠାରେ ମହେନ୍ଦ୍ର ସିଂ ଧୋନିଙ୍କ ଜନ୍ମ ଦିବସ ସପ୍ତାହ ପାଳନ ଅବସରରେ ପଂଚମ ଦିନରେ ଆସୋସିଏସନର ପଶ୍ଚିମ ଓଡ଼ିଶା ଶାଖା ତରଫରୁ ଆସୋସିଏସନର ସଦସ୍ଯ ତୋଫାନ୍ ଦେହୁରୀଙ୍କ ନେତୃତ୍ବରେ ବୌଦ୍ଧର ବିଭିନ୍ନ ସ୍ଥାନରେ Mask, Sanitizer ବଣ୍ଟନ କରିବା ସହିତ ବୌଦ୍ଧ ରକ୍ତ ଭଣ୍ଡାରରେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। କାଯ୍ୟକ୍ରମରେ ଆସୋସିଏସନର ସଦସ୍ଯ ସଚିନ କୁମାର ପଣ୍ଡା,ଲିକୁନ୍ ପ୍ରଧାନ,ଆକାଶ ବେହେରା,ସମୀର ବେହେରା,ମନୋଜ କୁମାର ଡାଙ୍ଗ,ଜିତେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ଏମ୍ ଏସ୍ ଡିଆନ୍ସ୍ ଆସୋସିଏସନ ଅଫ ଓଡ଼ିଶା ତରଫରୁ ଜୁଲାଇ ୧ ତାରିଖରୁ ଜୁଲାଇ ୭ ତାରିଖ ଧୋନିଙ୍କ ଜନ୍ମଦିନ ପର୍ଯ୍ୟନ୍ତ ସାତଦିନ ଧରି ଓଡ଼ିଶାର ବିଭିନ୍ନ ସ୍ଥାନରେ ଧୋନିଙ୍କ ପ୍ରଶଂସକମାନେ Mask,Sanitizer,ପାଠ୍ୟ ଉପକରଣ,ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ,ବୃକ୍ଷ ରୋପଣ ଭଳି ସାମାଜିକ କାର୍ଯ୍ୟକରି ନିଆରା ଢଙ୍ଗରେ ଧୋନିଙ୍କ ଜନ୍ମଦିନ ପାଳନ କରୁଛନ୍ତି

Comments
Loading...