ବେଲଘର କାଠ ବଙ୍ଗଳାରେ ତୁମୁଡିବନ୍ଧ ସାମ୍ବାଦିକ ସଂଘର ନବବର୍ଷ ବନ୍ଧୁମିଳନ ଅନୁଷ୍ଠିତ

ତୁମୁଡିବନ୍ଧ(କୋଶଲ ନ୍ୟୁଜ):-କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ସାମ୍ବାଦିକ ସଂଘର ସମସ୍ତ ସାମ୍ବାଦିକ ଶୁକ୍ରବାର ଦିନ ବେଲଘର ସ୍ଥିତ କାଠ ବଙ୍ଗଳାରେ ଏକ ନବବର୍ଷ ବନ୍ଧୁମିଳନ କାର୍ଯ୍ୟକ୍ରମରେ ସମ୍ମିଳିତ ହୋଇଛନ୍ତି l ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ସାମ୍ବାଦିକ ସଂଘର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି l ତୁମୁଡିବନ୍ଧ ସାମ୍ବାଦିକ ସଂଘ ସଭାପତି ସାମ୍ବାଦିକ ପବିତ୍ର ଦିଗାଳଙ୍କ ସଭାପତିତ୍ୱରେ ଏହି ବୈଠକରେ ବରିଷ୍ଠ ସାମ୍ବାଦିକ ଦୀପକ ପରାସେଠ୍, ସଂଘର ସାଧାରଣ ସମ୍ପାଦକ ସାମ୍ବାଦିକ ପ୍ରବୀଣ କୁମାର ପଟ୍ଟନାୟକ, ସାମ୍ବାଦିକ ଇମ୍ମାନୁଏଲ ନାୟକ, ପ୍ରଳୟ ରାୟ ନାୟକ, ଧର୍ମପଦ ନାୟକ, ରୋହନ କୁମାର ନନ୍ଦ, ଅନୁଗ୍ରହ ନନ୍ଦ, ସଦାନନ୍ଦ ପରାସେଠ୍, ଅଜିତ କୁମାର ଦିଗାଳ, ସିମାଞ୍ଚଳ ସାହୁ, ସଂଗ୍ରାମ କେଶରୀ ମାଝୀ,ବୀରେନ୍ଦ୍ର ସେନାପତି ଖବରକାଗଜ ବିତରକ ଜୟଦେବ ମହାରଣା,ଜଗନ୍ନାଥ ସାହୁ ଏବଂ ସହଯୋଗୀ ବିକାଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ l ବୈଠକରେ ସଂଘ ର ବିକାଶ ଜନିତ ଏକାଧିକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା l ସାମ୍ବାଦିକ କଲ୍ୟାଣ ପାଣ୍ଠି ମହଜୁଦ ରଖିବା ନିମନ୍ତେ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ଶାଖା ରେ ତୁମୁଡିବନ୍ଧ ସାମ୍ବାଦିକ ସଂଘ ନାମରେ ଏକ ଜମା ଖାତା ଚଳିତ ମାସରେ ଖୋଲିବା ନିମନ୍ତେ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା l ପ୍ରତ୍ୟେକ ୩ ମାସରେ ସଂଘ ର ସାଧାରଣ ବୈଠକ ଅନୁଷ୍ଠିତ ହେବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା l ଏହି ପରିପ୍ରେକ୍ଷୀରେ ଏକ ପ୍ରୀତିଭୋଜନ ପରେ ସାମ୍ବାଦିକଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା ପରେ ସାମ୍ବାଦିକ ଏକତା ବଜାୟ ରଖିବା ଶପଥ ଗ୍ରହଣ ପୂର୍ବକ ଉପସ୍ଥିତ ସମସ୍ତ ସାମ୍ବାଦିକ ଅଭିବାଦନ ଗ୍ରହଣ କରି କାର୍ଯ୍ୟକ୍ରମ ସାଙ୍ଗ ହୋଇଥିଲା l

ରିପୋର୍ଟ – ପବିତ୍ର ଦିଗାଳ

Comments
Loading...