ଶିକ୍ଷକଙ୍କ ବଦାନ୍ୟତା, ବାପ ଛେଉଣ୍ଡ ଗରିବ ଶିଶୁର ଚିକିତ୍ସା କରାଇ ଉଦାହରଣ ସାଜିଲେ ଶିକ୍ଷକ

ତୁମୁଡିବନ୍ଧ(କୋଶଲ ନ୍ୟୁଜ)ଶିକ୍ଷକମାନଙ୍କ ପାଖରୁ ହଜିଯାଇନି ମାନବିକତା l ଶିକ୍ଷାଦାନ ସହିତ ଏବେ ବି ସେମାନଙ୍କ ପାଖରେ ମଣିଷପଣିଆ ବଞ୍ଚି ରହିଛି l ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି କୁର୍ତମଗଡ଼ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଡ଼ିପାଙ୍ଗା ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମାନସ ସାହୁଙ୍କ ନିକଟରେ l ବାଡ଼ିପାଙ୍ଗା ଗ୍ରାମର ବିଧବା ମା ତନୁ ମାଝୀଙ୍କ ଏକମାତ୍ର ପୁଅ ସିନ୍ଦ୍ର ମାଝୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ଅଧ୍ୟୟନ କରେ l ଗରିବ ବିଧବା ମା ସେହି ବିଦ୍ୟାଳୟରେ ହିଁ ମଧ୍ୟାହ୍ନ ଭୋଜନ ରୋଷେୟା ଭାବେ ନିଯୁକ୍ତ l ପେଟକୁ ଦୁଇମୁଠା ଅନ୍ନ ଯୋଗାଡ଼ କରି ଅତିକଷ୍ଟରେ କାଳାତିପାତ କରନ୍ତି ମା ପୁଅ ଦୁହେଁ l ଭ୍ରାମ୍ୟମାଣ ଡାକ୍ତରୀଦଳ ଙ୍କ ନିୟମିତ ବିଦ୍ୟାଳୟ ପରିଦର୍ଶନ ସମୟରେ ହଠାତ ସିନ୍ଦ୍ର ମାଝୀଙ୍କର ସ୍ୱାସ୍ଥ୍ୟ ଗୁରୁତର ଅସୁସ୍ଥ ଥିବା ଜଣାପଡିଥିଲା l ହେଲେ ଏହିଭଳି ସ୍ଥିତିରେ ଏକମାତ୍ର ପୁଅର ହାର୍ଟ ସର୍ଜରୀ ହେବା କଥା ଶୁଣି ମର୍ମାହତ ହୋଇଯାଇଥିଲେ ମା l ଏହି ପରିସ୍ଥିତିରେ ଶିକ୍ଷକ ଜଣକ ଦେବଦୁତ ସାଜି ଦୁଃଖିନୀ ମାଙ୍କୁ ସାହସ ଦେଇ ସରକାରୀ ବ୍ୟବସ୍ଥା ଅନୁଯାଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ସିନ୍ଦ୍ର ମାଝୀଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦେଇଥିଲେ l ବହୁ ବୁଝାସୁଝା କରି ବିଧବା ମା ଙ୍କୁ ପୁଅର ଚିକିତ୍ସା ନିମନ୍ତେ ରାଜି କରାଇଥିଲେ ଶିକ୍ଷକ ମାନସ ସାହୁ l ଛାତ୍ର ଶ୍ରୀମାନ ସିନ୍ଦ୍ର ମାଝୀର ସୂଦୂର କଲିକତାରେ ଓପନ ହାର୍ଟ ସର୍ଜରୀ ହେଇ ଗତକାଲି ଶୁକ୍ରବାର ଦିନ ଘରକୁ ପେରିଛି I ଭଗବାନ ତାଙ୍କୁ ଯେତେଶୀଘ୍ର ସମ୍ଭବ ସୁସ୍ଥ କରିଦିଅନ୍ତୁ I ଏହା ଭଗବାନ ଙ୍କ ଠାରେ ପ୍ରାଥନା I ତେବେ ଏହି ପରିପ୍ରେକ୍ଷୀରେ ବିଶେଷ ଧନ୍ୟବାଦ ଦେବି ଆମସ୍ଥାନୀୟ ବି ଇ ଓ ପବିତ୍ର ଗଡତିଆ ଓ ତୁମୁଡିବନ୍ଧ ମେଡିକାଲ ଟିମ, ସି ଡି ଏମ ଓ କନ୍ଧମାଳ, ଜିଲ୍ଲା ଶିକ୍ଷା ଅଧିକାରୀ କନ୍ଧମାଳ ଙ୍କୁ ସେ ଯଥା ସାଧ୍ୟ୍ୟ ଚେଷ୍ଟା କରି ଗୋଟିଏ ଗରିବ ପିତୃ ହିନ ପିଲାଙ୍କୁ ମାଗଣା ଚିକିତ୍ସା ସୁବିଧା କରି ଦେଇ ଥିବାରୁ ଦୁଃଖିନୀ ମା ଓ ଗ୍ରାମବାସୀ କୃତଜ୍ଞତା ଜ୍ଞାପନ କରିଛନ୍ତି I ବିଦ୍ୟାଳୟ ତରଫରୁ ଆଜି ସମସ୍ତ ଶିକ୍ଷକ,ଛାତ୍ରଛାତ୍ରୀ ମିଳିତ ଭାବେ ସିନ୍ଦ୍ର ଙ୍କୁ ଦେଖିବାକୁ ଯାଇଥିଲେ l ନୂତନ ପୋଷାକ, ଫଳ, ପାଉଁରୁଟି ଦେଇ, ଦୀର୍ଘାୟୁ କାମନା କରି ଫେରି ଆସିଛନ୍ତି l
ରିପୋର୍ଟ – ପବିତ୍ର ଦିଗାଳ

Comments
Loading...