ପଦ୍ମ ଛାଡି ଶଙ୍ଖ ଧରିଲେ ଗୁମା ପଞ୍ଚାୟତର ୩୭ ପରିବାର

ନିର୍ବାଚନ ପୂର୍ବରୁ ତୁମୁଡିବନ୍ଧରେ ସଶକ୍ତ ହେଉଛି ବିଜୁ ଜନତା ଦଳ

ତୁମୁଡିବନ୍ଧ(କୋଶଲ ନ୍ୟୁଜ):- ଆଗାମୀ ସାଧାରଣ ନିର୍ବାଚନ କୁ ଆଖିରେ ରଖି ତୁମୁଡିବନ୍ଧ ବ୍ଲକ ବିଜୁ ଜନତା ଦଳ ସଭାପତି ପ୍ରମୋଦ ସାହୁଙ୍କ ନେତୃତ୍ୱ ରେ ଦଳର କର୍ମୀ ମାନେ ନିଜ ନିଜ ଅଞ୍ଚଳ ରେ ରଣନୀତି ଆରମ୍ଭ କରିଦେଲେଣି l ଦିନକୁ ଦିନ ତୁମୁଡିବନ୍ଧ ରେ ତୁମୁଡିବନ୍ଧ ବ୍ଲକରେ ବିଜୁ ଜନତା ଦଳ ସୁଦୃଢ ହେବାକୁ ଲାଗିଛି l ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଧାରା ବେଶ ଅନୁପ୍ରାଣିତ କରୁଛି ଯେଉଁଥିପାଇଁ ନିର୍ବାଚନ ପୂର୍ବରୁ ବିଜେପି ଓ କଂଗ୍ରେସ ଛାଡି ଶଙ୍ଖ ମୁହା ହେଉଛନ୍ତି ଶହ ଶହ କର୍ମୀ l ଗତ ରବିବାର ଦିନ ତୁମୁଡିବନ୍ଧ ବ୍ଲକ ରେ ବାଇକ ରାଲି କରି ବିଜେଡି ନିଜର ଶକ୍ତି ପ୍ରଦର୍ଶନ କରିଥିଲା ସେହିଦିନ କଂଗ୍ରେସ ଓ ବିଜେପି ଛାଡି ୭୦୦ ରୁ ଉର୍ଦ୍ଧ କର୍ମୀ ବିଜେଡି ରେ ସାମିଲ ହେଇଥିଲେ l ଆଗକୁ ନିର୍ବାଚନ ଅଛି ହେଲେ ତୁମୁଡିବନ୍ଧ ବ୍ଲକ ବିଜେପି ଦଳକୁ ଏକ ଶକ୍ତ ଝଟକା ଲାଗିଛି l ତୁମୁଡିବନ୍ଧ ବ୍ଲକ ସଭାପତି ପ୍ରମୋଦ ସାହୁ ଓ ଗୁମା ଗ୍ରାମ ପଞ୍ଚାୟତ ସଭାପତି ସୁରେନ୍ଦ୍ର ପରାସେଟଙ୍କ ନେତୃତ୍ୱରେ ବୁଧବାର ଦିନ ଗୁମା ଗ୍ରାମ ପଞ୍ଚାୟତ ରାଣ୍ଡାଙ୍ଗ ଗ୍ରାମର ୩୭ ପରିବାର ର ୧୫୦ ରୁ ଉର୍ଦ୍ଧ କର୍ମୀ ବିଜେପି ଛାଡି ବିଜେଡି ରେ ସାମିଲ ହେଇଛନ୍ତି l ବାଲିଗୁଡା ନିର୍ବାଚନ ମଣ୍ଡଳୀ ସଂଯୋଜକ ଟୁନା ଦାସ, ବାଲିଗୁଡା ବିଧାୟକ ଚକ୍ରମଣୀ କହଁର, ଆମ ଓଡିଶା ନବୀନ ଓଡିଶା କନ୍ଧମାଳ ଜିଲ୍ଲା ସଂଯୋଜକ ରାଜୀବ ପାତ୍ର ତୁମୁଡିବନ୍ଧ ବ୍ଲକ ସଭାପତି ତଥା ସାଂସଦ ପ୍ରତିନିଧି ପ୍ରମୋଦ ସାହୁ, ବାଲିଗୁଡା ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଅଜୟ ମହାରଣା ଏବଂ ଗୁମା ଗ୍ରାମ ପଞ୍ଚାୟତ ସଭାପତି ସୁରେନ୍ଦ୍ର ପରାସେଟଙ୍କ ଉପସ୍ଥିତ ରେ ୧୫୦ ରୁ ଉର୍ଦ୍ଧ କର୍ମୀ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହେଇଛନ୍ତି l ବାଲିଗୁଡା ସଂଯୋଜକ ଟୁନା ଦାସ ଓ ବ୍ଲକ ସଭାପତି ପ୍ରମୋଦ ସାହୁ ଦଳୀୟ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଛନ୍ତି l ରାଣ୍ଡାଙ୍ଗ ଅଞ୍ଚଳ ହେଉଛି ପୂର୍ବତନ ବିଧାୟକ କରେନ୍ଦ୍ର ମାଝିଙ୍କ ପୋଡ଼ସୀ ଗାଁ l ତେବେ ଏହି ଅଞ୍ଚଳରୁ ନିର୍ବାଚନ ପୂର୍ବରୁ ଗ୍ରାମବାସୀ ବିଜେପି ଛାଡି ବିଜେଡି ରେ ସାମିଲ ହେଇଥିବାରୁ ଏହା ତୁମୁଡିବନ୍ଧ ଭାଜପା ପାଇଁ ବଡ ଝଟକା ବୋଲି ସାଧାରଣ ରେ ବେଶ ଆଲୋଚନା ହେଉଛି l

ରିପୋର୍ଟ – ପବିତ୍ର ଦିଗାଳ

Comments
Loading...