ତୁମୁଡିବନ୍ଧ ତହସିଲ ରେ ରାଜସ୍ବ ଅଧିକାରୀ ଙ୍କ ସମୂହ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ତୁମୁଡିବନ୍ଧ(କୋଶଲ ନ୍ୟୁଜ):- କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ର ସମସ୍ତ ରାଜସ୍ୱ ନିରୀକ୍ଷକ ଓ ଅଧିକାରୀ ରାଜ୍ୟ ସଂଘ ଡାକରାରେ ଶାନ୍ତିପୂର୍ଣ ଭାବେ ସମୂହ କାର୍ଯ୍ୟ ବନ୍ଦ ଆନ୍ଦୋଳନ ସୋମବାର ଠାରୁ ଜାରୀ ରଖିଛନ୍ତି l ଓଡିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ, କନ୍ଧମାଳ ଜିଲ୍ଲା ଶାଖା, ଓଡିଶା ତରଫରୁ ତୁମୁଡିବନ୍ଧ ତହସିଲ କାର୍ଯ୍ୟାଳୟ ସମୁଖରେ ଶାନ୍ତି ପୂର୍ଣ୍ଣ ଭାବରେ ଅନିର୍ଦ୍ଧିଷ୍ଟ କାଳ ପ୍ରଯ୍ୟନ୍ତ ସମୂହ କାର୍ଯ୍ୟ ବନ୍ଦ ଆନ୍ଦୋଳନ ରେ ବସିଥିବା ଦେଖିବାକୁ ମିଳିଛି l ରାଜ୍ୟ ସରକାର ପ୍ରାୟ ସମସ୍ତ କର୍ମଚାରୀଙ୍କ ନ୍ୟାର୍ଯ୍ୟ ଦାବୀ ଇତିମଧ୍ୟରେ ପୂରଣ କରିଆସୁଥିବା ବେଳେ ସମଗ୍ର ରାଜ୍ୟର ୩୧୭ ଟି ତହସିଲ ଅଧୀନରେ ଥିବା ରାଜସ୍ବ ନିରୀକ୍ଷକ ଏବଂ ଅଧିକାରୀ ମଧ୍ୟ ସେମାନଙ୍କ ଅଣଆର୍ଥିକ ଦାବୀ ପୂରଣ ନେଇ ରାଜ୍ୟ ସରକାରଙ୍କ ନିକଟରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜରିଆରେ ଉପସ୍ଥାପନ କରିଛନ୍ତି l ରାଜ୍ୟ ସଂଘ ଡାକରାରେ ତୁମୁଡିବନ୍ଧ ତହସିଲ ଅଧିନସ୍ଥ ମୁଣ୍ଡିଗଡ଼, କୁର୍ତମଗଡ଼, ସିର୍ଲା, କରୁକୁଡୁପା, ତୁମୁଡିବନ୍ଧ, ଗୁମା, ବେଲଘର, ବିଲାମାଳ, ଝିରିପାଣି, ଭଣ୍ଡରଙ୍ଗୀ ଓ ଲଙ୍କାଗଡ଼ ରାଜସ୍ବ କ୍ଷେତ୍ରର ରାଜସ୍ବ ନିରୀକ୍ଷକ ଏବଂ ଅଧିକାରୀ ନିଜ ନିଜ କାର୍ଯ୍ୟାଳୟରେ ତାଲା ଝୁଲାଇ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ସମୂହ କାର୍ଯ୍ୟବନ୍ଦ ଆନ୍ଦୋଳନରେ ବସି ରହିଥିବା ଦେଖିବାକୁ ମିଳିଛି l ଏହି ଆନ୍ଦୋଳନ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜାରୀ ରହିବ ବୋଲି ତୁମୁଡିବନ୍ଧ ବ୍ଲକ ସଂଘ ସଭାପତି ଶୁଭ୍ରେନ୍ଦୁ ସାହୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି l ଏହି ପରିପ୍ରେକ୍ଷୀରେ ଜନସାଧାରଣ ଓ ଛାତ୍ରଛାତ୍ରୀ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି l

ରିପୋର୍ଟ – ପବିତ୍ର ଦିଗାଳ

Comments
Loading...