ଗୁମା ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ତୁମୁଡିବନ୍ଧ(କୋଶଲ ନ୍ୟୁଜ):- ତୁମୁଡିବନ୍ଧ ଶିକ୍ଷା ବ୍ଲକ ଅନ୍ତର୍ଗତ ସବୁଜ ବନାନୀ ଘେରା ଦୁର୍ଗମ ଗୁମା ପଞ୍ଚାୟତ ସ୍ଥିତ ଅନୁସୂଚିତ ଜନଜାତି ଓ ଜାତି ଅଧିନସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟରେ ଚଳିତ ବର୍ଷ ବାର୍ଷିକ ଉତ୍ସବ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି l ଏକ ଆକର୍ଷଣୀୟ ସାଜସଜା ପରିବେଶ ମଧ୍ୟରେ ଏହି ବାର୍ଷିକ ଉତ୍ସବ ଅତି ସୁନ୍ଦର ଭାବେ ଅନୁଷ୍ଠିତ ହୋଇଛି l ଶତାଧିକ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ତୁମୁଡିବନ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ଚରଣ ସୋରେନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ଡି ଆଇ ସୁଧୀର ଦିଗାଳ, ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ବେହେରା, ପରିଚାଳନା କମିଟି ସଭାପତି ଅର୍ଜୁନ ବଳିୟାରସିଂ, ସିଆରସି ସଞ୍ଜୟ ମାଝୀ, ଶିକ୍ଷକ ରାଜବନ୍ଧୁ ନାୟକ ପ୍ରମୁଖ ମଞ୍ଚାସିନ ଥିଲେ l କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଛାତ୍ରଛାତ୍ରୀ ମାନେ ସଂଗୀତ ଓ ନୃତ୍ୟ ପରିବେଷଣ କରି ମନରଞ୍ଜନ କରିଥିଲେ l ଏକ ଦୁର୍ଗମ ଅଞ୍ଚଳରେ ଅବସ୍ଥିତ ଏହି ବିଦ୍ୟାଳୟରେ ଉତ୍ତମ ଶିକ୍ଷାଦାନ ଯୋଗୁଁ ବିଗତ ମେଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀ ମାନେ ଶତପ୍ରତିଶତ ସଫଳତା ହାସଲ କରିଥିବା ଶୁଣି ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଭୁୟସୀ ପ୍ରଶଂସା କରିଛନ୍ତି l ଏହି କାର୍ଯ୍ୟକ୍ରମକୁ ଗୁମା ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସି ସି ଏ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ l ଶିକ୍ଷକ ଶକରା ମଲ୍ଲିକ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ନବ କିଶୋର ମାଝି, ଅମନ୍ ପରିଛା, ପୃଥିବୀ ରାଜ କହଁର, ଜ୍ୟୋତି ରଞ୍ଜନ ସନ୍ତରା, ସୁରେନ୍ଦ୍ର ମୋହନ୍ ପଲେଇ, ସୁଭ ଶଙ୍କର ଜେନା, ଅଜିତ୍ କୁମାର ମାନ୍ ସେଟ୍, ପୂର୍ଣ୍ଣଚନ୍ଦ୍ର ପାତ୍ର, ପ୍ରମୋଦ ବାଗସିଂ ଏବଂ ସି ସି ଏସ ପରମାନନ୍ଦ ବିଶୀମାଝି ପ୍ରମୁଖ ଉପସ୍ଥିତ ଥିଲେ l
ରିପୋର୍ଟ – ପବିତ୍ର ଦିଗାଳ

Comments
Loading...