ସରକାରୀ ସାହାଯ୍ୟ ଅପେକ୍ଷାରେ ବିଧବା ବିସକା ବିଶ୍ୱାସ

ମାଲକାନଗିରି ( କୋଶଲ ନ୍ୟୁଜ୍ ) ସରକାର ଲୋକଙ୍କ ସୁବିଧା ପାଇଁ ବିଭିନ୍ନ ପ୍ରକାରର ଉନ୍ନତି ମୂଳକ ପଦକ୍ଷେପ ନେଉଥିଲେ ମଧ୍ୟ ଏଥିରୁ ବଞ୍ଚିତ ରହିଯାଉଛନ୍ତି କିଛି ଅସହାୟ ବର୍ଗର ଲୋକେ lଏପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ କୁନାନପଲ୍ଲୀ (ଏମ୍ପିଭି- ୭୩) ଗ୍ରାମରେ lମିଳିଥିବା ସୂଚନା ଅନୁସାରେ ଗତବର୍ଷ ୨୦୨୦ ଲକଡାଉନ ସମୟରେ ବିସକାଙ୍କ ସ୍ୱାମୀ ଆନ୍ଦ୍ରରୁ ଘରକୁ ଫେରିବା ସମୟରେ ରାସ୍ତାରେ ହୃଦଘାତରେ ତାଙ୍କ ଦେହାନ୍ତ ହେଇଥିଲା l

ସେହି ସମୟରେ ସରକାରୀ ବାବୁମାନେ ତାଙ୍କ ଘରକୁ ଜାଇ ସରକାରୀ ସହାୟତା ବାବଦକୁ ଟ- ୨୦୦୦୦/-ଙ୍କା ପ୍ରଦାନ କରିବା ସହ ତାଙ୍କ ପରିବାର ଲୋକଙ୍କୁ ଅନ୍ୟାନ୍ୟ ସରକାରୀ ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇ ଆସିଥିଲେ । କିନ୍ତୁ ସେହି ପ୍ରତିଶୃତି ତା ରାସ୍ତାରେ। ସ୍ୱାମୀଙ୍କ ଦେହାନ୍ତ ପରେ ସମ୍ପୂର୍ଣ ପରିବାର ଅସହାୟ ହେଇଯାଇ ଥିବା ଦେଖିବାକୁ ମିଳିଛି l କୁନି କୁନି ତିନି ପିଲାଙ୍କୁ ଭଲ ଶିକ୍ଷା ଦେବା ଦୂରର କଥା, ଦିନକୁ ଦୁଇ ମୁଠା ଖାଇବାକୁ ଦେବା ଏକ ପ୍ରକାର କଷ୍ଟସାଧ୍ୟ ହେଇପଡୁଛି l ଏକ ଭଙ୍ଗା କୁଡ଼ିଆ ଘରେ ଚାରି ପ୍ରାଣୀ ରହିବା ମଧ୍ୟ କଷ୍ଟକର ବିଷୟ ହେଇପଡିଛି l

ବର୍ଷା ସମୟରେ ଘର ଭିତରେ ବର୍ଷା ପାଣି ପଡୁଛି ଏହା ସହ ବାହାରର ଅଳିଆ ଆବର୍ଜନା ପାଣି ମଧ୍ୟ ଘର ଭିତରେ ପଶି ଯାଉଥିବା ଦେଖିବାକୁ ମିଳିଛି l ସରକାରୀ ସହାୟତା କହିଲେ ପିଡ଼ିଏସ ଚାଉଳ ଓ ବିଧବା ଭତ୍ତା ଏଥିରେ ପରିବାର ଭରଣ ପୋଷଣ କରିବା ବହୁତ କଷ୍ଟକର ହୋଇପଡୁଛି l

ବିଧବା ବିସକାକୁ ଆବାସ ଯୋଜନା ମାଧ୍ୟମରେ ଏକ ଘର ସହ ଅନ୍ୟାନ୍ୟ ସରକାରୀ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଦାବି ରଖିଥିବା ସୂଚନା ମିଳିଛି l

Comments
Loading...