ସଟଡାଉନରେ ବି ଚାଲିଛି ମାଛ ବ୍ୟବସାୟ

ଟାଙ୍ଗୀ: (କୋଶଳ ନ୍ୟୁଜ) କୋରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି.ସେଥିପାଇଁ ସରକାର ଲକଡାଉନ ଓ ସଟଡାଉନ କରିବାକୁ ରାଜ୍ୟ ସାରା ନିର୍ଦ୍ଧେଶ ଦେଇଛନ୍ତି.l

ଏହା ସହ କୋରୋନା ସଂକ୍ରମଣ କମାଇବାକୁ ରାଜ୍ୟରେ ଲାଗୁ ହୋଇଛି ସପ୍ତାହନ୍ତ ସଟ୍ ଡାଉନ ଶବିଵାର ରଵିଵାର ଦୁଇ ଦିନ ପାଇଁ ଜାରି ହୋଇଛି ସଟ୍ ଡାଉନ୍ ଲୋକେ ଘରେ ରହିଲେ କୋରୋନା ଗ୍ରାଫ୍ କମିବାରେ ସହାୟକ ହେବ ହେଲେ ଗ୍ରାମାଂଚଳରେ ଧଜିଆ ଉଡୁଛି ସପ୍ତାହନ୍ତ ସଟ୍ ଡାଉନର ଲୋକେ ଫୁ କରି ଦେଉଛନ୍ତି ସରକାରୀ କଟକଣାକୁ ଏଭଳି ଦ୍ରୁଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା କାଳୁପଡା ଘାଟ ଚିଲିକା କୁଳରେ ଥିବା ମାଛ ଧରା ପେଣ୍ଠ ଜେଟିରେ ଶହ ଶହ ଲୋକ କିଣା ବିକା କରୁଛନ୍ତି ମାଛ କଙ୍କଡା । ଜିଲ୍ଲା ବାହାରୁ ବି ଲୋକଙ୍କର ଭୀଡ ଜମୁଛି ଏଠାରେ ଏହି ଜେଟିରେ ନା ରହୁଛି ସାମାଜିକ ଦୂରତା ନା ଲୋକଙ୍କ ମୁହଁରେ ଅଛି ମାସ୍କ ପୋଲିସ୍ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନଥିବାରୁ ଲୋକେ ଲଗାମ୍ ଛଡା ହେଉଛନ୍ତି l

ଯାହା ଫଳରେ ସରକାରଙ୍କର କୋରୋନାର ସଂକ୍ରମଣ କମ କରିବା ଆଶା ଆଶାରେ ହି ରହିଯିବ ବୋଲି ବୁଦ୍ଧିଜୀବି ମାନେ ମତ ଦେଇଛନ୍ତି l ଏବଂ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦ୍ରୁଷ୍ଟି ଦେବାକୁ କରିଛନ୍ତି ଦାବି ।

Comments
Loading...