ବିଦ୍ୟୁତ ଆଘାତରେ କନଷ୍ଟ୍ରୋକସନ କର୍ମଚାରୀ ମୃତ

କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଆଲାରୀ ଗ୍ରାମ ନିକଟରେ ଥିବା ତ୍ରିଶକ୍ତି କନଷ୍ଟ୍ରୋକସନ କମ୍ପାନୀ କାମରେ ଜଣେ କାର୍ଯ୍ୟରତ ଶ୍ରମିକ କାମ କରିବା ସମୟରେ ବିଦ୍ୟୁତ ଆଘାତ ହୋଇ ମୃତ୍ୟୁ ବରଣ କରିଥିଲେ । ମୃତକ ଜଣକ ହେଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଞ୍ଚଳର ତ୍ରିନାଥ ଛତର । ତ୍ରିନାଥ ଆଲାରୀ ଗ୍ରାମ ନିକଟରେ ଥିବା ତ୍ରିଶକ୍ତି କନଷ୍ଟ୍ରୋକସନ କମ୍ପାନୀରେ ରୋଷେୟା ଭାବେ କାମ କରୁଥିଲେ । ହେଲେ ରୋଷେଇ କରିବା ସମୟରେ ହଠାତ ବିଦ୍ୟୁତ ଆଘାତ ଲାଗି ଗୁରୁତର ହୋଇଯାଇଥିଲେ । ଏହାପରେ କମ୍ପାନୀର ଅନ୍ୟ କର୍ମଚାରୀ ମାନେ ତ୍ରିନାଥଙ୍କୁ ସଙ୍ଗେ ସଙ୍ଗେ ଦାରିଙ୍ଗବାଡ଼ି ମେଡିକାଲକୁ ଆଣିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଖବର ପାଇବା ପରେ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ମେଡିକାଲରେ ପହଂଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ୪/୨୧ ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି ।

Comments
Loading...