ଆଇଓସିଏଲ ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ

ଭଦ୍ରକ (କୋଶଲ ନ୍ୟୁଜ) ଭଣ୍ଡାରିପୋଖରୀ, ଭଣ୍ଡାରିପୋଖରୀ ବ୍ଲକ ଧାମନଗର ଛକ ସ୍ଥିତ ଇଡକୋ ଅଧିନରେ ଥିବା ବହୁଚର୍ଚ୍ଚିତ ଧରଣୀସୁଗାର ଜମିକୁ ଆଇଓସିଏଲ ଅଧିକାରୀ ପରିଦର୍ଶନ କରିଥିବା ଜଣାପଡିଛି । ଇଡକୋ ଠାରୁ କିଛି ପରିମାଣରେ ଜମିନେଇ କମ୍ପାନୀ ଏଠାରେ ନିଜର ବାଣିଜ୍ୟିକ କାରବାର ଆରମ୍ଭ କରିବ ବୋଲି ଜଣାପଡିଛି । ତେଣୁ ପ୍ରାଥମିକ ପର୍ଯ୍ୟାୟରେ କମ୍ପାନୀ କତ୍ତୃପକ୍ଷ ଏଠାକୁ ପରିଦର୍ଶନ କରି ରାସ୍ତା, ପାନୀୟଜଳ ଓ ବିଦ୍ୟୁତ ଯୋଗାଣକୁ ନେଇ ଆଲୋଚନା କରିଥିଲେ । ଆଇଓସିଏଲର ସିଜିଏମ, ଇଡକୋ ର ଡିଏମ ଓ ବିଦ୍ୟୁତ ବିଭାଗ ଯନ୍ତ୍ରୀମାନେ କ୍ଷେତ୍ର ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ ।

Comments
Loading...