ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେବା ମାଳଦ୍ୱୀପର 3 ଜଣ ମନ୍ତ୍ରୀଙ୍କୁ ମହଙ୍ଗା ପଡିଛି

ନୂଆଦିଲ୍ଲୀ (କୋଶଲ ନ୍ୟୁଜ୍):- ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆପତ୍ତିଜନକ ଟିପ୍ପଣି ଦେବା ମାଳାଦ୍ବୀପର ୩ ଜଣ ମନ୍ତ୍ରୀଙ୍କୁ ମହଙ୍ଗା ପଡ଼ିଛି। ମନ୍ତ୍ରୀ ମରିୟମ ଶିୟୁନା, ମାଲଶା ଏବଂ ହାସନ ଜିହାନଙ୍କୁ ମାଳଦ୍ୱୀପ ସରକାର ନିଲମ୍ବନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଲାକ୍ଷାଦ୍ୱୀପ ଟ୍ରିପର ଫଟୋ ପଷ୍ଟୋ ପରେ ଲାକ୍ଷାଦ୍ୱୀପକୁ ମାଳଦ୍ୱୀପ ସହ ତୁଳନା କରାଯାଇଥିଲା। ଏହାକୁ ନେଇ ମାଳଦ୍ୱୀପର ମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଭାରତକୁ ସମାଲୋଚନା କରିଥିଲେ। ମାଳଦ୍ୱୀପ ସୂଚନା ଏବଂ ସଂସ୍କୃତି ମନ୍ତ୍ରଣାଳୟରେ ଉପମନ୍ତ୍ରୀ ତଥା ମାଲେ ସିଟି କାଉନସିଲର ମୁଖପାତ୍ର ଭାବେ କାର୍ଯ୍ୟ କରୁଥିବା ମରିୟମ ଶିଉନା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୋକର ଏବଂ କଣ୍ଢେଇ ବୋଲି କହିଥିଲେ।

ଏଥିସହ ମାଳଦ୍ୱୀପ ସହ ଲାକ୍ଷାଦ୍ୱୀପକୁ ତୁଳନା କରାଯାଉଥିବାରୁ ପରିହାସ କଲା ପରି ଏକ ପୋଷ୍ଟ କରିଥିଲେ। ପରବର୍ତ୍ତୀ ସମୟରେ ସେହି ପୋଷ୍ଟକୁ ଡିଲିଟ୍ କରିଦେଇ ଥିଲେ ମଧ୍ୟ ବିବାଦ ଘନେଇ ଥିଲା। ଏହାକୁ ନେଇ ଏକ୍ସରେ ଟ୍ରେଣ୍ଡ କରିଥିଲା #BoycottMaldives।

ଏହି ବିବାଦ ପରେ ମାଳଦ୍ୱୀପକୁ ସର୍ବାଧିକ ଭ୍ରମଣ କରୁଥିବା ବଲିଉଡ କଳାକାରମାନେ ମଧ୍ୟ ସ୍ୱର ଉଠାଇଥିଲେ। ସେମାନେ ଲାକ୍ଷାଦ୍ୱୀପକୁ ପ୍ରଶଂସା କରିବା ସହ #ExploreIndianIslands କ୍ୟାମ୍ପନକୁ ସମର୍ଥନ କରିଥିଲେ। ବିବାଦ ଘନେଇବାରୁ ମାଳଦ୍ୱୀପ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।

Comments
Loading...