ଆଜିର ରାଶିଫଳ ଗୁରୁବାର ୧୩ ମଇ ୨୦୨୧

ମେଷ: ଏହି ରାଶିର ଲୋକମାନେ ଅଫିସରେ ନିଜକୁ ବ୍ୟସ୍ତ ରଖିବେ । ବ୍ୟବସାୟ କରୁଥିବା ଲୋକମାନେ ସଫଳ ହେବେ । ମହିଳା ମାନେ ନିଜ ଘର କାମରେ ବ୍ୟସ୍ତ ରହିବେ । ଆଜି ସମାଜରେ ଆପଣଙ୍କ ମାନ ସମାନର ବିକାଶ ହେବ । ନିଜ ପଡୋଶୀ ଓ ସହପାଠୀଙ୍କ ସହ ଯୋଗ ମିଳିବ । ପରିବାର ଲୋକଙ୍କ ସହ ଦୂର ଜାକାକୁ ଯାତ୍ରା କରିବାର ସମ୍ଭାବନା ରହିଛି । ନିଜ ଠାରୁ ବଡ ଲୋକଙ୍କ ଆଶୀର୍ବାଦ ମିଳିବ । ଯାହା ପାଇଁ ଆପଣ ନିଜ ଜୀବନରେ ସଫଳତାର ଶୀର୍ଷରେ ପହଞ୍ଚି ପାରିବେ । ଆପଣଙ୍କ ମନରେ ନୂଆ ଚିନ୍ତାଧାରା ଆସିପାରେ ।
ମିଥୁନ: ଏହି ରାଶିର ଲୋକମାନେ କୌଣସି ନୂଆ କାମକୁ କରିବାକୁ ଚେଷ୍ଟା କରୁଥିଲେ ସେଥିରେ ଅସଫଳ ହେବେ । ଆପଣଙ୍କ ଘରର ବାତାବରଣରେ ନୂଆ ପରିବର୍ତ୍ତନ ଆସିପାରେ । ମାତା ପିତାଙ୍କର ସହ ଯୋଗ ମିଳିବ । ଏହି ସମୟରେ ଆପଣଙ୍କ ଚେଷ୍ଟାର ଫଳ ମିଳିବ । ଯାହା ଆପଣଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିବ । ନିଜ ସାଥିମାନଙ୍କ ସହ ଭଲ ସମୟ ଅତିବାହିତ କରିବେ । ଧନ ଲାଭର ଆଶଙ୍କା ରହିଛି । ନିଜ ବଚନ ଉପରେ ନିୟନ୍ତ୍ରଣ ରଖନ୍ତୁ । କୌଣସି ଦୂର ଜାଗାକୁ ଯାତ୍ରା କରିବାର ଆଶଙ୍କା ରହିଛି । ନିଜ ଶରୀର ପ୍ରତି ଯତ୍ନବାନ ହୁଅନ୍ତୁ ।
ସିଂହ:ଏହି ରାଶିର ଲୋକମାନଙ୍କର ଚେଷ୍ଟାରେ ସଫଳତା ମିଳିପାରେ । ବିଦେଶରେ କାମ କରିବାକୁ ଆଜି ଆପଣଙ୍କୁ ସୁଯୋଗ ମିଳିବ । ଧନ ଲାଭର ଯୋଗ ରହିଛି । ବ୍ୟବସାୟରେ ଜଡିତ ଲୋକ ମାନେ ନିଜ କାମଉ ଆଗକୁ ବଢେଇବାକୁ ଚେଷ୍ଟା କରିବେ ଓ ସେଥିରେ ସଫଳ ମଧ୍ୟ ହେବେ । ଆଜି ଆପଣ କୌଣସି କାରଣରୁ ମାନସିକ ଚିନ୍ତାରେ ରହିବେ ଯାହା ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପଡିପାରେ । ସେଥି ପ୍ରତି ଧ୍ୟାନ ଦେବେ । ସାମାଜିକ କ୍ଷେତ୍ରରେ ଆପଣଙ୍କର କୌଣସି କଥାକୁ ନେଇ ଆପଣ ପ୍ରଶଂସା ପାଇବେ ।
ତୁଳା:ଏହି ରାଶିର ଲୋକ ମାନଙ୍କର ବ୍ୟବସାୟରେ କୌଣସି କାରଣରୁ ସମସ୍ଯା ହୋଇପାରେ । ସେଥି ପ୍ରତି ସତର୍କ ରୁହନ୍ତୁ । ନିଜ ଠାରୁ ବଡ ଭାଇ ଓ ଭଉଣୀଙ୍କର ସହ ଯୋଗ ଆପଣଙ୍କୁ ଜୀବନରେ ଆଗକୁ ବଢିବାକୁ ପ୍ରେରଣା ଦେବ । ନିଜ ଆୟ ଉପରେ ନିୟନ୍ତ୍ରଣ ରଖି ଖର୍ଚ୍ଚ କରନ୍ତୁ । ନଚେତ ଭବିଷ୍ୟତରେ ଅସୁବିଧାର ସାମନା କରି ପାରନ୍ତି । କୌଣସି ଧାର୍ମିକ କାର୍ଯ୍ୟରେ ଆପଣ ନିଜକୁ ବ୍ୟସ୍ତ ରଖିବେ । ମହିଳାମାନେ ନିଜ ଘରର କୌଣସି ନୂଆ ଜିନିଷ କିଣିବାରେ ଓ ଘରକୁ ସଜାଇବାରେ ବ୍ୟସ୍ତ ରହିବେ । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହ ଭଲ ସମୟ ଅତିବାହିତ ହେବ । କୌଣସି ସ୍ଥାନକୁ ଯାତ୍ରା କରିବାର ଆଶଙ୍କା ରହିଛି ।
ଧନୁ: ଏହି ରାଶିର ଲୋକ ମାନେ ନିଜ ବ୍ୟବସାୟକୁ ନେଇ ବ୍ୟସ୍ତ ରହିବେ । ପରିବାର ଲୋକମାନଙ୍କ ସହ ଅଧିକ ସମୟ ବିତାଇବାକୁ ଚେଷ୍ଟା କରନ୍ତୁ । ଦାଂପତ୍ଯ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିପାରେ । ଧନ ଲାଭର ଆଶଙ୍କା ରହିଛି । ଆପଣଙ୍କ ସହଯୋଗୀ ମାନଙ୍କଠୁ ଆର୍ଥିକ ସାହାଜ୍ଯ ମିଳିବ । ସାମାଜିକ କ୍ଷେତ୍ରରେ ଆପଣଙ୍କ ମାନ ସମାନ ବଢିବ । କୌଣସି ଅନୁଭବି ବ୍ୟକ୍ତିଙ୍କ ଠାରୁ ସଠିକ ପରାମର୍ଶ ନିଅନ୍ତୁ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । ଛାତ୍ରମାନେ ସ୍କୁଲରେ ନିଜ ଦକ୍ଷତାର ଭଲ ପ୍ରଦର୍ଶନ କରିବେ । ଯାହା ତାଙ୍କ ଭବିଷ୍ୟତ ପାଇଁ ନୂଆ ଦିଗର ଆରମ୍ଭ ହେବ । ଆପଣ ଆଜି ନୂଆ କାମ ଆରମ୍ଭ କରିବାକୁ ଚାହୁଥିଲେ କରି ପାରିବେ ।
କୁମ୍ଭ: ଏହି ରାଶିର ଲୋକ ମାନେ ଅଫିସରେ ନିଜର ଦଖ୍ୟାତା ପାଇଁ ପ୍ରଶଂସା ପାଇବେ । ସାଙ୍ଗ ସାଥିଙ୍କ ସହ ଅଧିକ ସମୟ ବିତାଇବେ । ଆର୍ଥିକ ଖର୍ଚ୍ଚରୁ ନିଜକୁ ବଞ୍ଚାଇ ରଖନ୍ତୁ । ଦୁଖୀ ଗରିବଙ୍କୁ ସାହାଜ୍ଯ କରନ୍ତୁ । ଛାତ୍ରମାନେ ନିଜ ପରୀକ୍ଷାରେ ସଫଳ ହେବେ । ଆଜି ଆପଣଙ୍କ କୌଣସି ଜିନିଷ ଚୋରି ହୋଇପାରେ । ସେଥି ପ୍ରତି ଧ୍ୟାନ ଦିଅନ୍ତୁ । ବିଦେଶକୁ ଯାତ୍ରା କରିବାର ଆଶଙ୍କା ରହିଛି । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ।

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments
Loading...