ପଶ୍ଚିମବଙ୍ଗ ରେ ହିନ୍ଦୁ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଭର୍ଚ୍ୟୁଆଲ ବୈଠକ

ପଶ୍ଚିମବଙ୍ଗ ରେ ନିର୍ବାଚନ ପୂର୍ବରୁ ଏବଂ ପରେ ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି। ପଶ୍ଚିମବଙ୍ଗ ର ସୀମାନ୍ତ ଅଞ୍ଚଳରେ ଏବଂ ସଂଖ୍ୟା କମ୍ ଥିବା ଅଞ୍ଚଳ ଗୁଡିକ ରେ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ ରେ ଅନେକ ବୃଦ୍ଧି ଘୋଟିଛି । ଏହି ବିଷୟ କୁ ନେଇ ହିନ୍ଦୁ ମହାସଂଘ ପକ୍ଷରୁ ପଦାଧିକାରୀ ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ହିନ୍ଦୁ ମହାସଂଘ ର ଆଇନ୍ ପରାମର୍ଶଦାତା ଅରୁଣ ପ୍ରଶନ୍ନ ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭଚ୍ୟୁଆଲ ବୈଠକରେ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର, କେନ୍ଦ୍ରୀୟ ସଂଯୋଜକ ନରସିଂହ ତ୍ରିପାଠୀ, ମାର୍ଗଦର୍ଶକ ମଣ୍ଡଳୀ ଅଧ୍ୟକ୍ଷ ବ୍ରହ୍ମଅବଧୂତ ସୌଭାଗ୍ୟ ବାବା, ଦକ୍ଷିଣ ପଶ୍ଚିମ ଓଡ଼ିଶା ର ହିନ୍ଦୁତ୍ବ ବାଦୀ ନେତା ସୁବ୍ରତ ମିଶ୍ର, ଭବାନୀ ବାହିନୀ ପ୍ରମୁଖ ଅମ୍ବିକା ପ୍ରଧାନ, ପ୍ରବକ୍ତା ଶ୍ରୀ ରାମ ମୁଦୁଲି, ନବରଙ୍ଗପୁର ଜିଲ୍ଲା ର ଆଦିବାସୀ ଯୁବନେତା ପଦ୍ମନ ନାୟକ, ଅବିଭକ୍ତ ଗଞ୍ଜାମ ଜିଲ୍ଲା ପ୍ରଭାରୀ ଯୁଗଳ ପାଢ଼ୀ, ଜୟପୁର ମଣ୍ଡଳ ପ୍ରମୁଖ ବହ୍ଲବ ପାଢି, ରାୟଘର ଅଞ୍ଚଳ ର ପ୍ରତିଭାସମ୍ପନ୍ନ ଅବସରପ୍ରାପ୍ତ ସୈନିକ ମନୋହର ସେନା, ଶ୍ୟାମସୁନ୍ଦର କବିରାଜ,ଯୁବ ହିନ୍ଦୁ ମହାସଂଘ ର ଅର୍ଣ୍ଣପୁଣ୍ଣା ଭତରା, ଦୟାସିନ୍ଧୁ ମାଝୀ, ସସିଆଲ ମିଡ଼ିଆ ପ୍ରଭାରୀ ପ୍ରଭାତ ସୁନା, ଉପେନ୍ଦ୍ର ପ୍ରଧାନ, ସତ୍ୟ ସନାତନ, ପ୍ରଭାକର, ରାହୁଲ ହିଆଲ, ନବରଙ୍ଗପୁର ଜିଲ୍ଲା ର ବରିଷ୍ଠ ସାମ୍ବାଦିକ ସଞ୍ଜିବ ନନ୍ଦ,ଧନପତୀ ମାଝୀ, ପିଣ୍ଟୁ, ରଜନୀ କାନ୍ତ ନାୟକ, ନିହାର ବିଷୟୀ, ନିଖିଳ ସାହୁ,ଅମନ ଗୁପ୍ତା, ପାପଡାହାଣ୍ଡି ବ୍ଲକ ର ବରିଷ୍ଠ ନେତା ବାବୁଲି ପାଳ, କୁନ୍ଦରା ମଣ୍ଡଳ ପ୍ରମୁଖ ବିଭୁପ୍ରସାଦ ଲାମତା, ଲକ୍ଷ୍ମୀ ନାରାୟଣ ଦାସ, କୋଷାଗୁମୁଡା ବ୍ଲକ ସହ ସଂଯୋଜକ ବାଳଧର ମାଝୀ, ଉପେନ୍ଦ୍ର ଚୌହାନ ଏବଂ ଗଞ୍ଜାମ, କଳାହାଣ୍ଡି, ଛତିଶଗଡ, ଭଦ୍ରକ ଜିଲ୍ଲା ଓ ଅନ୍ୟାନ୍ୟ ଅଞ୍ଚଳରୁ ହିନ୍ଦୁ ମହାସଂଘ ର କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ। ଆଗାମୀ ଦିନରେ ପରିସ୍ଥିତି କୁ ଅନୁଧ୍ୟାନ କରି ଏକ ପ୍ରଭାବଶାଳୀ ପଦକ୍ଷେପ ନେବା ପାଇଁ ଆଲୋଚନା କରାଯାଇଥିଲା।

Comments
Loading...