ଏପ୍ରିଲରୁ ରବିବାର କ୍ଲାସ ବନ୍ଦ – ଘରେ ରହି ପାଠପଢ଼ିବେ ଛାତ୍ରଛାତ୍ରୀ

ଏପ୍ରିଲ ମାସରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କର ରବିବାର କ୍ଲାସ ବନ୍ଦ ରହିବ। ଏନେଇ ବୁଧବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। କୋର୍ସ ସରିଆସିଲାଣି, ରେଗୁଲାର କ୍ଲାସ ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି ଯେ, ସ୍କୁଲରେ ପିଲାଙ୍କ ସଂଖ୍ୟା କମି ଆସିଲାଣି। ସେମାନେ ଏବେ ନିଜେ କିଭଳି ପରୀକ୍ଷା ପାଇଁ ପ୍ରସ୍ତୁତ ହେବେ ସେ ଉପରେ ଧ୍ୟାନ ଦେଉଛନ୍ତି।ଦଶମ ଓ ଦ୍ୱାଦଶ ଶ୍ରେଣୀପିଲାଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ଯେତେବେଳେ ସ୍କୁଲ ଖୋଲିବ ବୋଲି ଘୋଷଣା ହୋଇଥିଲା ସେତେବେଳେ ପିଲାମାନେ ରବିବାର ବି ସ୍କୁଲ ଆସିବେ କୁହାଯାଇଥିଲା। ପିଲାମାନଙ୍କ ପାଠପଢ଼ା ପଛରେ ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା।

Comments
Loading...