କୋଭିଡ କଟକଣା ମଧ୍ୟରେ ଓଟିଇଟି ପରୀକ୍ଷା ହେବ

ଭୁବନେଶ୍ୱର-ଦୀର୍ଘ ଦେଢ ବର୍ଷ ବ୍ୟବଧାନ ପରେ ବିଦ୍ଦିବଦ୍ଧ ଭାବରେ କୋଭିଡ କଟକଣା ମଧ୍ୟରେ ଓଟିଇଟି ପରୀକ୍ଷା ହେବ।ଏଥିପାଇଁ ବୋର୍ଡ଼ ପକ୍ଷରୁ ସମସ୍ତ ପ୍ରକାରର ପ୍ରସ୍ତୁତି ଚାଳିଛି ବୋଲି ସୂଚନା ମିଳିଛି ।ରାଜ୍ୟରେ ଏପ୍ରିଲ ୯ରୁ ୨ଟି ସିଟିଂରେ ହେବ ଓଟିଇଟି ପରୀକ୍ଷା। କାଲି ସକାଳ ୧୦ଟାରୁ ଡାଉନଲୋଡ କରିହେବ ଆଡ୍‌ମିଟ କାର୍ଡ।୪୯୧ଟି କେନ୍ଦ୍ରରେ ପରୀକ୍ଷା ଦେବେ ୧ ଲକ୍ଷ ୨୫ ହଜାର ୮୮୦ ଜଣ। ପ୍ରଥମ ସିଟିଂରେ ପ୍ରଥମ ଓ ଦ୍ବିତୀୟ ସିଟିଂରେ ଦ୍ବିତୀୟ ପେପର ପରୀକ୍ଷା ହେବ। ସକାଳ ୮ଟାରୁ ପ୍ରଥମ ସିଟିଂ ଓ ୧୨ଟାରୁ ଦ୍ବିତୀୟ ସିଟିଂ ପରୀକ୍ଷା ହେବ ବୋଲି ସୂଚନା ମିଳିଛି।।

Comments
Loading...