ଉଇ ଖାଉଛି ପିଲାଙ୍କ ପାଠପଢା ବହି ପ୍ରଶାସନ ପାଖକରେ ନାହିଁ ଖବର

କରୋନା ମହାମାରୀରେ ଯୋଗୁଁ ଗତ ବର୍ଷ ମାର୍ଚ୍ଚ ୨୨ ତାରିଖରୁ ଦେଶବ୍ୟାପୀ ଲକ୍ ଡାଉନ୍ କରାଯାଈଥିଲା। କରୋନା ପ୍ରଥମ ଲହରିକୁ ଦୃଷ୍ଟିରେ ରଖି ସରକାରୀ ବା ବେସରକାରୀ ସବୁ ଶିକ୍ଷା ଅନୁଷ୍ଠାନ ସ୍କୁଲ, କଲେଜକୁ ବନ୍ଧ ବୋଲି ଘୋଷଣା କରିଥିଲେ l ଶିକ୍ଷା ଅନୁଷ୍ଠାନ ସବୁ ବନ୍ଧ ହେବା ଯୋଗୁଁ ପିଲାଙ୍କ ପଠା ପଢା ପାଇଁ ସରକାର Online class ର ବ୍ୟବସ୍ଥା କରିଥିଲେ l Online class ଆରମ୍ଭ କରିଥିଲେ ମଧ୍ୟ ଦୁର୍ଗମ ଅଞ୍ଛଲରେ ଏହାର ରୂପରେଖ ସକାରାତ୍ମକ ନ’ଥିଲା ବା ଛାତ୍ରଛାତ୍ରୀଙ୍କ ପାଖରେ ପାଠ୍ୟ ସାମଗ୍ରୀ ବହି ପତ୍ର ନ ଥିଲା l ତେଣୁ ଛାତ୍ରଛାତ୍ରୀ ମାନେ ଘରେ ରହି ପାଠ ପଢି ପାରିବେ ସେଥିପାଇଁ ସବୁ ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଘରେ ଘରେ ବହି ଦେବାର ବ୍ୟବସ୍ଥା କରିଥିଲେ ମାତ୍ର ଏହା ସଠିକ ଭାବରେ ସଫଳ ହେଇ ପାରିଲା ନାହିଁ l ଲକଡାଉନ ଯୋଗୁଁ ସ୍କୁଲ ଗୁଡିକର ଅବସ୍ଥା ଖରାପ ହେବା ସହ ବହି ଗୁଡିକରେ ଉଇ ଲାଗିଯାଇଛି l ଏଭଳି ଏକ ଅବହେଳିତ ଦୃଶ୍ୟ ଦେଖିବାକୁ ମିଳିଛି ପଡିଆ ବ୍ଳକ ବାପନପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଏମଭି ୫୮ ଗ୍ରାମସ୍ଥିତ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ । ଏହି ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ପ୍ରାୟ ଶହେରୁ ଉର୍ଦ୍ଧ୍ଵ ପିଲା ପାଠ ପଢୁଛନ୍ତି l ସ୍କୁଲରେ ସରକାରଙ୍କ ପକ୍ଷରୁ ପିଲାଙ୍କ ପାଇଁ ମାଗଣାରେ ଦିଆଯାଉଥିବା ପଢ଼ାବହି ଗୁଡ଼ିକ ପିଲାଙ୍କ ପଢାରେ ଲାଗୁନଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ନଷ୍ଟ ହେବାକୁ ଗଲାଣି। ଗତବର୍ଷ ସବୁ ପିଲାମାନେ ବହି ପାଇଁ ନ’ ଥିବା ବେଳେ ଚଳିତ 2021-22 ଶିକ୍ଷା ବର୍ଷରେ ବହି ବଣ୍ଟା ଯିବା ପାଇଁ କ୍ଳଷ୍ଟର ସ୍ତରକୁ ଦିଆଯାଇଛି lଗତବର୍ଷର ସ୍କୁଲ ଗୁଡ଼ିକରେ ବହି ବଣ୍ଟନ କରାଯାଇଥିବା ନେଇ ସଠିକ ତଥ୍ୟ ହସ୍ତଗତ ହୋଇନାହିଁ। ଏପରି ସ୍ଥିତିରେ ସ୍କୁଲ ଗୁଡ଼ିକରେ ଥିବା ପିଲାଙ୍କ ପଢ଼ାବହି ଗୁଡିକର ବଣ୍ଟନ ଓ ରକ୍ଷଣାବେକ୍ଷଣ ଦିଗରେ ଶିକ୍ଷା ବିଭାଗୀୟ ଅଧିକାରୀ ମାନେ ଦୃଷ୍ଟି ଦେବା ଆବଶ୍ୟକ ବୋଲି ବୁଦ୍ଧିଜିବୀ ମହଲରେ କୁହାଯାଉଛି।

Comments
Loading...