ନୂତନ ତହସିଲଦାରଙ୍କ ଯୋଗଦାନ

ନବରଙ୍ଗପୁର: ଚନ୍ଦାହାଣ୍ଡି ତହସିଲ କାର୍ଯ୍ୟାଳୟରେ ଆଜି ନୂତନ ତହସିଲଦାର ଭାବେ ଜି , ରଶ୍ମିରେଖା କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏଥି ପୂର୍ବରୁ ସେ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ । ଏଥିସହ ପ୍ରାକ୍ତନ ତହସିଲଦାର ବାବୁଲାଲ ସାମଲଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ନୂତନ ତହସିଲଦାର ଜି . ରଶ୍ମିରେଖା ଆଜି କାର୍ଯ୍ୟରେ ଯୋଗ ଦେବା ପରେ ଅତିରିକ୍ତ ତହସିଲଦାର ନୀଳାମ୍ବର ପୂଜାରୀଙ୍କ ସମେତ ସୁପରଭାଇଜର ଦୟାନିଧି ଜାନୀ , ମୁଖ୍ୟ କିରାଣି ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ , ପ୍ରଭାତ ବେହେରା , ଅଶୋକ ମଦ୍ରା , ହରେକୃଷ୍ଣ ପୂଜାରୀ , ରାଜସ୍ୱ ନିରୀକ୍ଷକ ପି . ଉଦୟ କୁମାର , ବୁଲୁ ପ୍ରଧାନ , ରୂପେନ୍ଦ୍ର ନାଗେଶ , ମନୀଷା ଦଣ୍ଡସେନା , ଅନନ୍ତ ସିହ୍ନା , ରଣଦେବ ମଣ୍ଡଳ , ତହସିଲ କର୍ମଚାରୀ ଜତୀନ୍ଦ୍ର ଗୋପାଳ , ଲାଲୁ ବାଘ , ଗଣେଶ ମାଝା , ପରମାନନ୍ଦ କେତକୀ , ମୋହନ ବାଘ , ମହନ ସାହୁ , ବିରେନ୍ଦ୍ର ସାହୁ ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।

Comments (0)
Add Comment