ନବରଙ୍ଗପୁର ମହାବିଦ୍ୟାଳୟରେ ଇଗ୍ନୋର ପ୍ରାରମ୍ଭ ପରାମର୍ଶ କାର୍ଯକ୍ରମ

ନବରଙ୍ଗପୁର :-ନବରଂଗପୁର ମହାବିଦ୍ୟାଳୟରେ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବଦ୍ୟାଳୟର ନବରଙ୍ଗପୁର ଶାଖା ତରଫରୁ ନୂତନ ଭାବେ ନାମ ଲେଖାଇ ଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ “ପ୍ରାରମ୍ଭ ପରାମର୍ଶ” କାର୍ଯକ୍ରମ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଭାସ୍କର ନାଥ ବିଶ୍ଵାଳ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ନୂତନ ଶିକ୍ଷା ବର୍ଷ ପାଇଁ ସ୍ୱାଗତ ଜଣାଇବା ସହ ସାରା ଭାରତ ବର୍ଷରେ ଦୂର – ନିରନ୍ତର ଶିକ୍ଷା କ୍ଷେତ୍ରରେ ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ୱବିଦ୍ୟାଳୟ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିବା ସମ୍ପର୍କରେ ଅବଗତ କରାଇଥିଲେ । ସମ୍ମାନିତ ଅତିଥି ଭାବରେ ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ଡି. ଗୋବିନ୍ଦା ରାଓ ଯୋଗ ଦେଇ ଇଗ୍ନୋ ମାଧ୍ୟମରେ ଶିକ୍ଷା ଗ୍ରହଣ କରି କିପରି ସଫଳ କ୍ୟାରିଅର କରିହେବ ସେ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଜଣାଇଥିଲେ । ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟର ନବରଙ୍ଗପୁର ଶାଖା ସଂଯୋଜିକା ଶ୍ରୀମତୀ ସଂଗୀତା ତ୍ରିପାଠୀ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଛାତ୍ରଛାତ୍ରୀମାନଙ୍କର ବିଭିନ୍ନ ପାଠ୍ୟକ୍ରମ ଚୟନ ଏବଂ ପଞ୍ଜୀକରଣ ପ୍ରକ୍ରିୟା,
ଉପଲବ୍ଧ ହେଉଥିବା ଲାଇବ୍ରେରୀ ସୁବିଧା ଆଦି ବିଷୟରେ ପରାମର୍ଶ ଦେଇଥିଲେ । ପରିଶେଷରେ ନବରଙ୍ଗପୁର ଇଗ୍ନୋ ଶାଖା ସହଯୋଗୀ ନିରଂଜନ ତ୍ରିପାଠୀ ଉପସ୍ଥିତ ଥିବା ସମସ୍ତ ଅତିଥି ଓ ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ୍ ଦେଇଥିଲେ ।ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Comments (0)
Add Comment