
ନବରଙ୍ଗପୁର (କୋଶଲ ନ୍ୟୁଜ୍) ଡାବୁଗାଁ ଥାନା ଅଧୀନରେ ଥିବା ଘୁଷୁରାବେଡା ଗ୍ରାମ ର ସ୍ଥାୟୀ ବାସିନ୍ଦା ରୂପାଇ ନାୟକ ଡାବୁଗାଁ ଥାନା ରେ ଏକ ଏତଲା ପ୍ରଦାନ କରିଛନ୍ତି। ତାଙ୍କ କହିବା ପ୍ରକାରେ ଖୋଲିଗୁଡା ଗ୍ରାମ ର ତିଳତମା ନାୟକ, ପଡ଼ି ଗୌଡ଼ ଏବଂ ବନମାଳୀ ଗୌଡ଼ ଘରେ ଥିବା ସମୟରେ ଆକ୍ରମଣ କରିଛନ୍ତି। ଘରର ଆସବାସ ପତ୍ର ଓ ଛଣ ଇତ୍ୟାଦି କୁ ଫିଙ୍ଗି ଦେଇଛନ୍ତି। ଘରେ ପୁରୁଷ ମାନେ ଅନୁପସ୍ଥିତ ଥିବା ସମୟରେ ହୋଇଥିବା ଏହି ଆକ୍ରମଣ ଯୋଗୁଁ, ଜୀବନ ବିକଳରେ ପିଡୀତା ଆସି ଡାଵୁଗାଁ ଥାନା ରେ ଏତଲା ପ୍ରଦାନ କରିଛନ୍ତି। ଘୋଟଣା ର ସତ୍ୟାସତ୍ୟ ଅନୁସନ୍ଧାନ ଓ ତଦନ୍ତ ପରେ ଜଣାପଡ଼ିବ। ମହିଳା ଜଣକ କହିବା ପ୍ରକାରେ ସେମାନେ ବାରମ୍ବାର ଘରଛାଡି ଅନ୍ୟତ୍ର ପଳାଇ ଯିବାକୁ ଧମକ ଦେଉଛନ୍ତି।