ଆଜି ଉଟୁଣିଆଁ ଗ୍ରାମକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଗଲା

ରିଆମାଳ: (କୋଶଲ ନ୍ୟୁଜ) ଗତ କିଛି ଦିନ ହେଲା ଦେବଗଡ ଜିଲ୍ଲାର ରିଆମାଳ ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବ୍ଲକ ପ୍ରଶାସନ ପକ୍ଷରୁ ସଂକ୍ରମିତ ଗ୍ରାମ ଗୁଡିକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇ ଜନ ସାଧାରଣଙ୍କୁ ଗ୍ରାମରୁ ନ ବାହାରିବା ପାଇଁ କୁହାଯାଇଛି । ଏହି କ୍ରମରେ ଆଜି ଉଟୁଣିଆଁ ଗ୍ରାମକୁ ବ୍ଲକ ପ୍ରଶାସନ ପକ୍ଷରୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ଖଇରପାଲି ପୋଲିସ ଫାଣ୍ଡି ସହାୟତାରେ ରିଆମାଳ ବ୍ଲକ ବିଡିଓ ଦିବ୍ୟ ଶଙ୍କର ଜୟପୁରିଆ ଉଟୁଣିଆଁ ଗ୍ରାମରେ ଆଜି ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ଗ୍ରାମରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୧୪ ଦିନ ପାଇଁ ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି । ଗତ ୭ ତାରିଖ ଦିନ ଖଇରପାଲି ଗ୍ରାମକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଥିବା ବେଳେ ୮ ତାରିଖ ଦିନ ତିମୂର ଓ ପଳସମା ଗ୍ରାମକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି ।

Comments
Loading...