ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ତଥା ଲୋକପ୍ରିୟ ଟିଭି ଉପସ୍ଥାପକ ରୋହିତ ସରଦାନାଙ୍କର ପରଲୋକ ଘଟିଛି। ଶୁକ୍ରବାର ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। କିଛିଦିନ ପୂର୍ବରୁ ସେ କରୋନା ସଂକ୍ରମିତ ହୋଇଥିଲେ, ମାତ୍ର ପରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ତାଙ୍କ ବିୟୋଗ ଗଣମାଧ୍ୟମ ଶିଳ୍ପକୁ ଏକ ଶକ୍ତ ଧକ୍କା ଲାଗିଛି। ଅନେକ ପ୍ରସିଦ୍ଧ ସାମ୍ବାଦିକ ତାଙ୍କ ଦେହାନ୍ତ ଖବରକୁ ଶେୟାର କରିବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି।
