ଡାବୁଗାଁ ପଞ୍ଚାୟତ ସମିତି ସାଧାରଣ ବୈଠକ

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ୧୦/୩:- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ବ୍ଲକ ଅଧ୍ୟକ୍ଷ ବଂଶୀଧର ମାଝୀ ଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସମିତି ର ସାଧାରଣ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପଶୁପାଳନ, ମତ୍ସ୍ୟ, ଉଦ୍ୟାନ, ମୃତ୍ତିକା ସଂରକ୍ଷଣ, ସମନ୍ଵିତ ଶିଶୁ ବିକାଶ, ସାଧାରଣ ବଣ୍ଟନ, ସାମାଜିକ ସୁରକ୍ଷା ଓ ପେନସନ ଏବଂ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ଉପରେ ଆଲୋଚନା ହୋଇଥିଲା | ପ୍ରଥମେ ଗ୍ରାମ ପଞ୍ଚାୟତ ସଂମ୍ପ୍ରସାରଣ ଅଧିକାରୀ ଏ.ଦେବଗିରି ପ୍ରସାଦ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ | ଏଥିରେ ସିଡିପିଓ ଯମୁନା ଭତ୍ରା ବ୍ଲକ ର ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ର ଗୁଡିକ ର ସମସ୍ୟା ବିଷୟରେ କହିଥିଲେ |ବିଧାୟକ ପ୍ରତିନିଧି ଏମ. ବୁଲୁ ରାଓ ବଡଓଲମା ଗ୍ରାମରେ ଅଙ୍ଗନବାଡି କର୍ମୀ ପିଲାମାନଙ୍କୁ ଅଣ୍ଡା ଦେଉନଥିବା ଅଭିଯୋଗ ଆସୁଥିବା ବିଷୟରେ କହିଲେ । ଏହା ସହ ଡାବୁଗାଁ ବ୍ଲକରେ ଛତୁଆ ମଧ୍ୟ ନିମ୍ନମାନର ଦିଆ ଯାଉଥିବା ବିଷୟରେ ଆଲଚନା ହେଲା ।

ଶିକ୍ଷା ବିଭାଗରେ ମଧ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ଦୁଇ ହଳ ବଦଳରେ କେବଳ ଗୋଟିଏ ହଳ ଡ୍ରେସ ଦିଆ ଯାଉଥିବା ବିଷୟରେ ଘଡାଖୁଣ୍ଟା ସରପଞ୍ଚ ଅଭିଯୋଗ କରିଥିଲେ | ନନ୍ଦପୁରା ସରପଞ୍ଚ ଅଭିଯୋଗ କରିଥିଲେ ଯେ ନନ୍ଦପୁରା ଅଞ୍ଚଳରେ ପାଣିର ସମସ୍ୟା ଦେଖାଯାଉଛି ଏହାର ସମାଧାନ ଯଥାଶୀଘ୍ର କରିବା ପାଇଁ । ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ମିଳିବାରେ ବିଳମ୍ବ ହେଉଛି ଏବଂ ଦାୟିତ୍ୱରେ ଥିବା ଅଧିକାରୀ ସୁଚାରୁ ରୁପେ ନିଜ କାର୍ଯ୍ୟ କରୁନଥିବା ଜଣା ପଡୁଛି | ଏନେଇ ଚିକିତ୍ସାଧିକାରୀ ତୁରନ୍ତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି |ଏହା ସହ ବିଦୂତ ବିଭାଗ ତରଫରୁ ଦିଆଯାଇ ଥିବା ବଳ୍ପ ଗୁଡିକ ଆଜି ପର୍ଯନ୍ତ କଣସି ପଞ୍ଚାୟତ ରେ ବଣ୍ଟା ହେଇନଥିବା ଦାଇତ୍ୱ ରେ ଥିବା ଜେଇ କହିଛନ୍ତି ଏବଂ ଯଥାଶୀଘ୍ର ବାଣ୍ଟିବା ପାଇଁ ପିଇଓ ଏବଂ ସରପଞ୍ଚ ମାନଙ୍କୁ ଅନୁରଧ କରିଛନ୍ତି ।ଏହି ବୈଠକରେ ଡାବୁଗାଁ ବିଡ଼ିଓ ରଞ୍ଜିତା ମେରି ନାୟକ, ଜିଲପରିଷଦ ଉପାଧ୍ୟକ୍ଷା ନିବେଦିତା ମହାନ୍ତି, ବ୍ଲକ ଉପଧକ୍ଷା ସୁଷମା ବିଶୋୟୀ, ଜିଲାପରିଷଦ ସଭ୍ୟା ମାଳତୀ ମାଝୀ, ସାଂସଦ ପ୍ରତିନିଧି ଏମ୍॰ ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ॰ ବୁଲୁ ରାଓ, ସହକାରୀ ଯନ୍ତ୍ରୀ ବିଜୟ କୁମାର ସିଂ, ସିଡିପିଓ ଯମୁନା ଭତ୍ରା,ସହକରି କୃଷି ଅଧିକାରୀ ଦୂର୍ଯ୍ୟଧନ ଜାନୀ, ହର୍ଟିକଲଚର ର ଏ.ହେଚ.ଓ ମନାଳିସା ମନ୍ତ୍ରୀ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମହେଶ ଚନ୍ଦ୍ର ସାହା, ବନପାଳ ଲକ୍ଷ୍ମୀକାନ୍ତ ସାହୁ ଓ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ |

Comments
Loading...