ଦେବଗଡ଼ : ଏକ ଜମିଜମା ଗଣ୍ଡଗୋଳ ମାମଲା ରୁଜୁ ପାଇଁ ଅଭିଯୋଗ କାରିଣୀ ଠାରୁ ଅର୍ଥ ଦାବି କରି କୁଣ୍ଡେଇଗୋଳା ଥାନାର କାର୍ଯ୍ୟରତ ଏଏସଆଇ ପରମାନନ୍ଦ ନାଏକ ନିଲମ୍ବିତ! ମିଳିଥିବା ସୂଚନା ଅନୁସାରେ ଦେବଗଡ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଡେଇଗୋଳା ଥାନା ଅନ୍ତର୍ଗତ ଆଉଁଳି ଗ୍ରାମର ରୀନା ବେହେରା ନାମ୍ନୀ ଜଣେ ମହିଳା ଗତ ୯ ତାରିଖ ଦିନ ଏକ ଜମିଜମା ଗଣ୍ଡଗୋଳ ସଂକ୍ରାନ୍ତ ଏକ ଅଭିଯୋଗ ପାଇଁ କୁଣ୍ଡେଇଗୋଳା ଥାନାକୁ ଆସିଥିଲେ । ତେବେ ଥାନାରେ କାର୍ଯ୍ୟରତ ଥିବା ଏଏସଆଇ ପରମାନନ୍ଦ ନାଏକ ତାଙ୍କୁ ୫୦୦ ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଅଭିଯୋଗ କାରିଣୀ ମହିଳା 5tରେ ଅଭିଯୋଗ କରିଥିଲେ 5T ଆଧାରରେ ଆଜି ଦେବଗଡ ଏସପି ମନୋଜ କୁମାର ମାହାନ୍ତ ଅଭିଯୁକ୍ତ ଏଏସଆଇ ଶ୍ରୀ ନାଏକଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି ।।

ଅନିରୁଦ୍ଧ ନାୟକ
— ଜିଲ୍ଲା ସମ୍ବାଦଦାତା ( ଦେବଗଡ଼)