Share ଏଙ୍କର୍ :- କଳାହାଣ୍ଡି ୱେବ୍ ମିଡିଆ ଆସୋସିଏସନ୍ ର ଅନୁମତିକ୍ରମେ ଜିଲ୍ଲାରେ ବ୍ଲକ ସ୍ତରରେ କମିଟି ଚୟନ ପାଇଁ ସ୍ଥିର କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅନୁଯାୟୀ ଆଜି ଡିସେମ୍ବର ୨ ତାରିଖ ବୁଧବାର ଦିନ ଆମ୍ବପାଣି ବୁଢାରଜା ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଶ୍ରୀ ଚକ୍ରଧର ବେଶ୍ରା ସଭାପତିତ୍ବ କରିଥିଲେ । ଅନ୍ୟାନ୍ୟ ଖବର ପଢନ୍ତୁ ବିଜେପି ର ସେବା ସପ୍ତାହ ଅବସରରେ କୋକସରା ଠାରେ ସ୍ବେଚ୍ଛାକୃତ ରକ୍ତଦାନ… Sep 18, 2025 କୁସୁମଖୁଣ୍ଟି ସ୍କୁଲରେ ୬୫ ତମ ପ୍ରତିଷ୍ଠା ଦିବସ ପାଳିତ Sep 1, 2025 ୱେବ୍ ମିଡିଆରେ କାର୍ଯ୍ୟରତ ଥିବା ସାମ୍ବାଦିକଙ୍କୁ ଅଣଦେଖା କରାଯାଉଥିବା ହେତୁ ସେଥିପାଇଁ ଦୃଷ୍ଟି ଦେବା ସହ ସମସ୍ତେ ଏକତ୍ରିତ ହୋଇ ସଙ୍ଗଠନକୁ ଆଗେଇ ନେବା, ସୁଦୃଢ଼ କରିବା ଏବଂ ଜନସାଧାରଣଙ୍କ ସମସ୍ୟାକୁ ଲୋକ ଲୋଚନକୁ ଆଣି ପ୍ରଶାସନ ପାଖରେ ପହଞ୍ଚେଇବା ପାଇଁ ଧ୍ୟାନ ରଖି କାର୍ଯ୍ୟ କରିବାକୁ ଆଲୋଚନା ହୋଇଥିଲା । ସର୍ବସମ୍ମତିକ୍ରମେ କ୍ରମେ କୋକସରା ବ୍ଲକ ୱେବ୍ ମିଡିଆ ସଙ୍ଗଠନର ସମସ୍ତ ସାଙ୍ଗଠନିକ କାର୍ଯ୍ୟ ଭାର ତୁଲେଇବା ପାଇଁ ଶ୍ରୀ ଚକ୍ରଧର ବେଶ୍ରା ଙ୍କୁ ସଭାପତି, ସମ୍ପାଦକ ଭାବେ ଶ୍ରୀ ଦେବେନ୍ଦ୍ର ସାଗର ଏବଂ କୋଷାଧ୍ୟକ୍ଷ ଭାବରେ ଶ୍ରୀ ରାଧାକାନ୍ତ ହଂସ ଙ୍କୁ ସମସ୍ତ ଦାୟିତ୍ୱ ଅର୍ପଣ କରାଗଲା । ବୈଠକରେ ଦୁଷ୍ମନ୍ତ କନ୍ଦପାନ୍, ତୁଳାରାମ ବେହେରା, ଯୋଗେନ୍ଦ୍ର ପ୍ରସାଦ ବାରିକ, ତ୍ରିଲୋକ୍ଯ ବେଶ୍ରା, ସଂଜୀବ କୁମାର ଦାଶ, ବଂଶୀଧର ବେଶ୍ରା ଆଦି ଉପସ୍ଥିତ ରହି ବୈଠକଟିକୁ ସାଫଲ୍ଯ ମଣ୍ଡିତ କରିଥିଲେ । ବ୍ୟୁରୋ ରିପୋର୍ଟ,କୋଶଲ ନ୍ୟୁଜ୍ । 0 6 Share FacebookTwitterWhatsAppEmailFacebook MessengerTelegramPrint