Share କୋଶଲ ନ୍ୟୁଜ୍ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ୍ ଯୋବଗୁଡା ପଞ୍ଚାୟତରେ ଥିବା ଡୁର୍କାଡଙ୍ଗରି ଗାଁ କୁ ଯିବା ମୁଖ୍ୟ ରାସ୍ତା କଡରେ ଶତାଧିକ ଗଛ କଟା ଯାଇଛି । ଡାବୁଗାଁ ବନଖଣ୍ଡ କର୍ମଚାରୀଙ୍କ ଅପାରଗତା କାରଣରୁ ଏହା ଧ୍ୱଂସ ହେବାକୁ ବସିଥିବା ଅଭିଯୋଗ ହେଉଛି । ଏତେବଡ ଜଙ୍ଗଲକୁ ଜଗିବା ପାଇଁ ଜଣେ ଫରେଷ୍ଟର୍ ଗାର୍ଡ ନାମକୁ ମାତ୍ର ଅଛନ୍ତି । ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଆଉ କିଛି ବର୍ଷ ମଧ୍ୟରେ ଡାବୁଗାଁ ଅଞ୍ଚଳରୁ ଜଙ୍ଗଲ ସମ୍ପୂର୍ଣ୍ଣ ଧ୍ୱଂସ ହେବାକୁ ବସିଲାଣି କହିଲେ ଚଳେ । ବୁଦ୍ଧିଜୀବୀଙ୍କ କହିବା ଅନୁସାରେ ବନବିଭାଗର ଅବହେଳା ଓ ମନମୁଖୀ କାର୍ଯ୍ୟ ପାଇଁ ଜଙ୍ଗଲ ଧ୍ବଂସ ପାଇବାକୁ ବସିଛି । ଏହି ବିଷୟରେ ଜିଲ୍ଲା ବିଜେପି ଉପ ସଭାପତି ଶ୍ରୀ ଜୟନ୍ତ କୁମାର ପାତ୍ର ଙ୍କୁ ପଚାରିବାରୁ , ସେ ବନ ବିଭାଗ ର ସ୍ଥାନୀ଼ୟ ଅଧିକାରୀ ମାନଙ୍କ ଅବହେଳା କୁ ଦାୟୀ କରିଛନ୍ତି। ଅନ୍ୟାନ୍ୟ ଖବର ପଢନ୍ତୁ ସାମ୍ବାଦିକ ଙ୍କୁ ଛୁରା ମାଡ଼,ଗୁରୁତ୍ୱର ଅବସ୍ଥାରେ ବିଶାଖାପାଟଣା… Aug 30, 2025 ଡାବୁଗାଁ ବ୍ଲକ ରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ Aug 13, 2025 ସେ ପ୍ରେସ୍ ମାଧ୍ୟମରେ ଜଙ୍ଗଲ କ୍ଷୟ ପାଇଁ ଦାୟୀ ଥିବା ପ୍ରତ୍ୟେକ ବ୍ୟକ୍ତି ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ନବରଙ୍ଗପୁର ଡି.ଏଫ.ଓ ଏହି ଦିଗରେ ହସ୍ତକ୍ଷେପ କରନ୍ତୁ ବୋଲି ଅନୁରୋଧ କରିଛନ୍ତି। ଜଙ୍ଗଲରେ ବହୁ ମୂଲ୍ୟବାନ୍ ଗଛଗୁଡିକର କାଠକୁ ମାଫିଆମାନେ ଜଗୁଆଳୀ ଙ୍କ ଦୃଷ୍ଟି ଆଢ଼ୁଆଳରେ କିଭଳି ଗଛ କାଟି ନେଉଛନ୍ତି ଏହା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗଛ କାଟିବା ଫଳରେ ଡାବୁଗାଁ ରେଞ୍ଜ ଅଧିନସ୍ଥ ଜଙ୍ଗଲ ଲୋପ ପାଇବାକୁ ବସିଛି । ଏହା ଚାରିପାଖରେ ତାରବାଡ ନରହିବାରୁ ଠେକୁଆ , ହେଟା ଓ ସାପମାନେ ବାହାରକୁ ଚାଲିଆସୁଛନ୍ତି । ଯାହାଦ୍ବାରା ଧୀରେଧୀରେ ଏମାଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଛି । ସେହିପରି ଶାଗୁଆନ , ଆମ୍ବ , ପଣସ , ମେହେରାନ , କେନ୍ଦୁପତ୍ର ଓ ଘନ ବାଉଁଶବୁଦା ସହ ଅନ୍ୟ ସମସ୍ତ ଗଛ ଲୋପ ପାଇବାକୁ ବସିଲାଣି । ଜଙ୍ଗଲ ପରିସୀମା ମଧ୍ୟରୁ ଚତୁର୍ପାଶ୍ବରେ ଥିବା ଜମି ଦଖଲକାରୀ ମାନେ ନିଜ ଜମିର ପରିଦ୍ଧି କୁ ବଢ଼ାଇ ଏହାକୁ ଜବରଦଖଲ କରିଛନ୍ତି । ଯାହାବି ହେଉ ବର୍ତ୍ତମାନ ବନବିଭାଗ ମନ୍ତ୍ରୀ,ଜିଲ୍ଲାପାଳ,ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ମାନେ ଏଥିରେ ହସ୍ତକ୍ଷେପ କଲେ ହୁଏତ ଜଙ୍ଗଲ ରକ୍ଷା ପାଇବା ବୋଲି ସ୍ଥାନେ ସ୍ଥାନେ ଆଲଚନା ହେଉଛି । ଧିରେ ଧିରେ ଡାବୁଗାଁ ରେଞ୍ଜ ଅଧିକାରୀ ମାନଙ୍କ ଠାରୁ ଜନସାଧାରଣଙ୍କ ଆସ୍ଥା କମ୍ ହେବାରେ ଲାଗିଛି। ସ୍ଥାନୀୟ ଅଧିକାରୀ ବିଶେଷ କରି ଡାବୁଗାଁ ରେଞ୍ଜର ଙ୍କ ବଦଳି ଦାବି ଜୋର୍ ଧରିଛି। ବିଭିନ୍ନ ସାମାଜିକ ସଂଗଠନ ଓ ରାଜନୈତିକ ଦଳର ନେତା ମାନେ ଜଙ୍ଗଲ ସୁରକ୍ଷା ପାଇଁ ଡାବୁଗାଁ ରେଞ୍ଜରଙ୍କ ବଦଳି ଦାବି କରିବା ଆରମ୍ଭ କରିଛନ୍ତି। 0 5 Share FacebookTwitterWhatsAppEmailFacebook MessengerTelegramPrint