
କୋଶଲ ନ୍ୟୁଜ୍ ବ୍ୟୁରୋ : ଭାରତୀୟ ରେଳ ବିଭାଗ ପକ୍ଷରୁ ଦେଶରେ ରେଳ ଭଡ଼ାକୁ ବୃଦ୍ଧି କରାଯାଇଛି। ଲୋକାଲ ପାସେଞ୍ଜର ଟ୍ରେନରେ ଅଳ୍ପଦୂର ବା ୩୦ରୁ ୪୦ କିଲୋମିଟର ଯାତ୍ରା କରୁଥିବା ଯାତ୍ରୀଙ୍କ ଭଡ଼ାକୁ ଦୁଇଗୁଣା କରିଦିଆଯାଇଛି। କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଏହି ରେଳ ଭଡ଼ାରେ ବୃଦ୍ଧି କରାଯାଇଥିବା ରେଳ ମନ୍ତ୍ରାଳୟ ପକ୍ଷରୁ ଦର୍ଶାଯାଇଛି।