ମନ୍ଦିର ପୂଜାରୀଙ୍କୁ ଓମଫେଡ଼ ଟ୍ୟାଙ୍କର ଧକ୍କା ଦେଇ ଫେରାର୍ ମାରୁଥିବା ବେଳେ ଅଟକାଇଲେ ଯୁବଗୋଷ୍ଠୀ

ଦେବଗଡ଼(କୋଶଲ ନ୍ୟୁଜ୍):- ମନ୍ଦିର ପୂଜାରୀ ନନାଙ୍କୁ ଓମଫେଡ଼ ଟ୍ୟାଙ୍କର ଧକ୍କା ଦେଇ ଫେରାର୍ ମାରୁଥିବା ବେଳେ ଅଟକାଇଲେ ଯୁବଗୋଷ୍ଠୀ । ସୂଚନା ଅନୁସାରେ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ବାଘବର ପଞ୍ଚାୟତ ଅନ୍ତର୍ଗତ ବାଘବର ଗ୍ରାମର ବାଘେଶ୍ବର ଶିବ ମନ୍ଦିର ପୂଜକ ବାଦଲ ମହାପାତ୍ର ନିତିଦିନ ଭଳି ମନ୍ଦିର ପୂଜାର୍ଚ୍ଚନା ସାରି ନିଜ ସ୍କୁଟର OD 19 AA 3018 ଯୋଗେ ଘରକୁ ଫେରୁଥିବା ସମୟରେ ସାମ୍ନା ପଟୁ ଦୃତ ଗତିରେ ଆସୁଥିବା ଏକ ଓମଫେଡ଼ କ୍ଷୀର ଟ୍ୟାଙ୍କର ଧକ୍କା ଦେଇ ଫେରାର୍ ମାରିଥିଲା। ଯାହାର ନମ୍ବର ହେଉଛି OD 15 X 9982 ଓମଫେଡ଼ କ୍ଷୀର ବୋଝେଇ ଟ୍ୟାଙ୍କର ଗାଡ଼ିଟି ଧକ୍କା ଦେଇ ଦୃତ ଗତିରେ ଦେବଗଡ଼ ପଟକୁ ଚାଲି ଯାଇଥିଲା।

ଦୂର୍ଘଟଣା ଗ୍ରସ୍ତ ହୋଇ ମନ୍ଦିର ପୂଜକ ବାଦଲ ମହାପାତ୍ର ରାସ୍ତା ଉପରେ ଛିଟିକି ପଡି ରହିଥିବା ସ୍ଥାନୀୟ ଲୋକେ ଦେଖି ଉଦ୍ଧାର କରି ପଳସମା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ପଠାଇଥିଲେ। ଦେବଗଡ଼ ଜିଲ୍ଲା ଯୁବସେବା ସଙ୍ଗଠନର ଭାଇ ମାନେ ଫେରାର୍ ମାରୁଥିବା ଗାଡ଼ି କୁ ପିଛା କରି ଧୋବଲିପଥର ରେ ଥିବା ଦୁଗ୍ଧ ଶିତଳିକରଣ କେନ୍ଦ୍ର ରେ ଗାଡ଼ି ଅଟକାଇ ଥିଲେ। ପରେ ଘଟଣାସ୍ଥଳରେ ଖବର ପାଇ ଖଇରପାଲି ପୋଲିସ ଫାଣ୍ଡି ଟିମ୍ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ପୂଜାରୀ ନନାଙ୍କ ଗାଡ଼ି ମରାମତି ଓ ତାଙ୍କ ସ୍ବାସ୍ଥ୍ୟ ଚିକିତ୍ସା ପାଇଁ ଦୂର୍ଘଟଣା ଘଟାଇଥିବା ଡ୍ରାଇଭର କୁ କହିଥିଲେ। ପରେ ଉପରିସ୍ଥ ଅଧିକାରୀ ପହଞ୍ଚି ଗାଡ଼ି ଭରଣ କରିବା ପାଇଁ ରାଜି ହେବାରୁ ଉତ୍ତ୍ୟକ୍ତ ଲୋକେ ଡ୍ରାଇଭର ଓ ଗାଡ଼ି କୁ ଛାଡିଥିଲେ।

Comments
Loading...