ଜୁନ୍ ୧୫ ରୁ ୩୦ ଧରତୀ ଅବା ଜନଜାତୀୟ ଗ୍ରାମ୍ୟ ଉତ୍କର୍ଷ ଅଭିଯାନ ବୈଠକ

ଦେବଗଡ଼ (କୋଶଲ ନ୍ୟୁଜ୍):- ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜନଜାତୀୟ ପିଏ.ଆଇ.ଟି.ଡିଏ ସନ୍ଧ୍ୟା ମାଝୀଙ୍କ ଆବାହନ କ୍ରମେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଧରତୀ ଅବା ଜନଜାତୀୟ ଗ୍ରାମ୍ୟ ଉତ୍କର୍ଷ ଅଭିଯାନ କାର୍ଯକ୍ରମ ଜୁନ ୧୫ ରୁ ୩୦ ମଧ୍ୟରେ ବିଭିନ୍ନ ଗ୍ରାମକୁ ଯାଇ କାର୍ଯ୍ୟକ୍ରମ କରାଯିବା ପାଇଁ ସ୍ଥିର କରାଯାଇଛି I ଏହି ଅଭିଯାନ ର ଅଂଶ ରୂପେ ଧରତୀ ଅବା ଜନଜାତୀୟ ଗ୍ରାମ୍ୟ ଉତ୍କର୍ଷ ଅଭିଯାନ କାର୍ଯ୍ୟକ୍ରମ ଅଧୀନରେ 32 ଗୋଟି ଗ୍ରାମ ପଂଚାୟତ ଅନ୍ତର୍ଗତ 52 ଗୋଟି ଗ୍ରାମରେ ବିଶେଷ ସଚେତନତା ଶିବିର ଆୟୋଜିତ କରାଯିବ, ଯେଉଁଥିରେ ସରକାରୀ ଯୋଜନା ମାନଙ୍କର ସମ୍ପୂର୍ଣ କାର୍ଯ୍ୟକାରିତା ସୁନିଶ୍ଚିତ କରାଯିବ I ବିଶେଷ କରି ଆଧାରକାର୍ଡ, ରାସନକାର୍ଡ, ଆୟୁଷ୍ମାନ ଭାରତ କାର୍ଡ, ଜାତି ପ୍ରମାଣ ପତ୍ର, PM କିସାନ ଓ ଜନ ଧନ ଆକଉଣ୍ଟ ଭଳି ଜନହିତକର ସେବା ଉପରେ ବିଶେଷ କାର୍ଯ୍ୟକ୍ରମ ଗ୍ରହଣ କରାଯିବ I ଧରତୀ ଅବା ଅଭିଯାନ କାର୍ଯ୍ୟକ୍ରମରେ ଜ଼ିଲ୍ଲା ସ୍ତରୀୟ ମନ୍ଥନ ଶିବିର ପୂର୍ବରୁ ମଧ୍ୟ ଆୟୋଜିତ ହୋଇଥିଲା। ଯାହାର ଉଦେଶ୍ୟ ସରକାରୀ ଯୋଜନା ମାନଙ୍କ ଉପରେ ସଚେତନତା ବୃଦ୍ଧି ଓ ଏକତା ସୃଷ୍ଟି କରିବା I କାର୍ଯ୍ୟକ୍ରମ କିପରି ସଫଳ ହୋଇପାରିବ ବିଶେଷ ଗୁରୁତ୍ୱ ଦେବାକୁ ଜ଼ିଲ୍ଲାପାଳ ସମସ୍ତ ଜ଼ିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ I ବୈଠକରେ ବନଖଣ୍ଡ ଅଧିକାରି ମଗର ଧନାଜି ରାଓସ, ଉପଜିଲ୍ଲାପାଳ ପରକ୍ଷିତ ସାହୁ , ପ୍ରୋଜେକ୍ଟ ମ୍ୟାନେଜର ପ୍ରତାପ ପଣ୍ଡା,ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର ପୁହାଣ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରଥି ପ୍ରଧାନ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସର୍ବେଶ୍ଵର ପାଣିଗ୍ରାହୀ,ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଉତ୍ସବ ଚରଣ ବେହେରା ଜିଲ୍ଲା ସୁଚନା ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ଓ ବିଭିନ୍ନ ବିଭାଗର ଅଧିକାରୀ ଓ ଲାଇନ ଡିପାଟମେଣ୍ଟ ଅଧିକାରୀ ଉପସ୍ଥିତ ଥିଲେ ।

Comments
Loading...