ସମ୍ବଲପୁର ଲଇମୁରା ଡକାୟତି ମାମଲାର ପର୍ଦାଫାସ୍ ।

କୋଶଲ ନ୍ୟୁଜ୍ ବ୍ୟୁରୋ |

ବହୁଚର୍ଚ୍ଚିତ ଲଇମୁରା ୟୁନିଅନ୍‌ ବ୍ୟାଙ୍କ ଗାଡି ଡକାୟତି ମାମଲା । ସୋମବାର ୯ ତାରିଖରେ ବନ୍ଧୁକ ମୁନରେ ହୋଇଥିଲା ଲୁଟ୍ । ତିନୋଟି ବାଇକରେ ୬ ଜଣ ଲୁଟେରା ୩୫ ଲକ୍ଷ ୪୧ ହଜାର ଟଙ୍କା ଧରି ଚମ୍ପଟ୍ ମାରିଥିଲେ । ଶେଷରେ ସମ୍ବଲପୁରର ସ୍ବତନ୍ତ୍ର ପୋଲିସ ଟିମ୍ ଦୀର୍ଘଦିନ ପରେ ଡକାୟତି ମାମଲାର ମାଷ୍ଟରମାଇଣ୍ଡ ଓ ସହଯୋଗୀଙ୍କୁ ଗିରଫ କରିଛି । ଡକାୟତି ମାମଲାରେ ଦୁଇ ମାଷ୍ଟରମାଇଣ୍ଡ ସମେତ ୯ଜଣ ଡକାୟତ ଗିରଫ ହୋଇଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ସମ୍ବଲପୁର ଏ କନର ବିଶାଳ ସିଂ । ଗିରଫ ଡକାୟତଙ୍କଠାରୁ ନଗଦ ୧୦ ଲକ୍ଷ ଟଙ୍କା , ୫ ଲକ୍ଷ ଟଙ୍କା ମୂଲ୍ୟର ସାମଗ୍ରୀ ଓ ଡକାୟତିରେ ବ୍ୟବହୃତ ଭୁଜାଲି ମଧ୍ୟ ଜବତ ହୋଇଛି ।
ଗିରଫ ଅଭିଯୁକ୍ତମାନେ ସୁନ୍ଦରଗଡ , କେନ୍ଦ୍ରାପଡା ଓ ସମ୍ବଲପୁରର ବୋଲି ଜଣାପଡିଛି । ଟଙ୍କା , ସାମଗ୍ରୀ ଓ ହତିଆର ଛଡା ସେମାନେ ବ୍ୟବହାର କରିଥିବା ୫ଟି ବାଇକ୍ ସମେତ ଏକ କାର ମଧ୍ୟ ସିଜ୍ ହୋଇଛି । ଏହି ଡକାୟତି ମାମଲାରେ ଆଉ କେହି ସଂପୃକ୍ତ ଅଛନ୍ତି କି ନାହିଁ , ସେ ନେଇ ତଦନ୍ତ ଏବେ ବି ଜାରି ରହିଛି । ଅନ୍ୟପଟେ ସମ୍ବଲପୁର ପୋଲିସର ଏହି ସଫଳତାକୁ ସାଧାରଣରେ ପ୍ରଶଂସା ମିଳିଛି ।
Comments
Loading...