ବାଲିଗୁଡ଼ା-(କୋଶଲ ନ୍ୟୁଜ୍)କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ କୁ ମିଳିଛି ବଡ଼ ସଫଳତା ୧୧୭ କେଜି ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜଣେ ଅଭିଯୁକ୍ତ କୁ ଗିରଫ କରିଛି ବାଲିଗୁଡ଼ା ପୋଲିସ l ସୂଚନା ଅନୁଯାଇ ବିଶେଷ ସୂତ୍ରରୁ ଖବର ପାଇଁ ବାଲିଗୁଡ଼ା ଏସଡି ପିଓ ରମେନ୍ଦ୍ର ପ୍ରସାଦଙ୍କ ନେତ୍ରୁତ ରେ ଏସ ଆଇ ପି କେ ଜେନା ବାଲିଗୁଡ଼ା ଥାନା ପରମପାଙ୍ଗା ପଞ୍ଚାୟତ ଈଶରାଏଲ ନଗର କିଳୁପଡା ଘର ପଛ ପଟ ନିକଟରେ ଚଢ଼ାଉ କରି ୧୧୭ କେଜି ଗଞ୍ଜେଇ ବିକ୍ରି କରିବା ଉଦେସ୍ୟରେ ପେକିଙ୍ଗ କରୁଥିବା ବେଳେ ଅଭିଯୁକ୍ତ ପୂଜୁରା ଡିଗାଲ କୁ ଗିରଫ କରାଯାଇଛି l ଅନ୍ୟ ଜଣେ ଅଭିଯୁକ୍ତ ପାଉଲ ଡିଗାଲ ଘଟଣା ସ୍ଥଳରୁ ଚମ୍ପଟ ମାରି ଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି l ସମୁଦାୟ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩ ଲକ୍ଷ୍ୟ ଟଙ୍କା ହେବ ବୋଲି ବାଲିଗୁଡ଼ା ଏସ ଡି ପିଓ ସୂଚନା ସୂଚନା ଦେଇ ଥିବା ବେଳେ ଥାନା ଅଧିକାରୀ ସମ୍ବିତ ସ୍ବାଇଁ ପ୍ରେସମିଟ ରେ ଉପସ୍ଥିତ ରହି ଥିଲେ l
ରିପୋର୍ଟ -ସାମୁଏଲ ପ୍ରଧାନ
