ସରକାରୀ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନରେ ଉତ୍କଳ ଦିବସ ପାଳିତ।

କଳାହାଣ୍ଡି ଧର୍ମଗଡ ସ୍ଥିତ ସରକାରୀ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନରେ କୋଭିଡ କଟକଣା ମଧ୍ୟରେ ଉତ୍କଳ ଦିବସ ପାଳିତ ହୋଇଛି।ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ଅନୁଷ୍ଠାନର ବରିଷ୍ଠ ଶିକ୍ଷକ ଜୟନ୍ତ କୁମାର ମୁଣ୍ଡ ଅଧ୍ୟକ୍ଷତା କରିଥିଲେ। ଉତ୍କଳର ବର ପୁତ୍ର ମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସମବେତ ଭାବରେ ଉତ୍କଳ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା।ଅନୁଷ୍ଠାନର ଅନ୍ୟ ଶିକ୍ଷକ ପ୍ରଶିକ୍ଷକ ପ୍ରଶିକ୍ଷିକା ମଧ୍ୟରେ ଆଦିତ୍ୟ ନାରାୟଣ ପାତ୍ର, ଅଚ୍ୟୁତାନନ୍ଦ ମଲ୍ଲିକ, ସୁଧାଂଶୁ ଶେଖର ପଣ୍ଡା,ଅଭିଜିତ ମହାନ୍ତି,ଅଞ୍ଜୁଶ୍ରୀ ମିଶ୍ର, ସୁଜାତା ବିଶି,ମମିତା ଦୋରା ପ୍ରମୁଖ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ଗଠନ ମହତ୍ତ୍ଵ ଓ ଉତ୍କଳ ମହାପୁରୁଷଙ୍କର ଅବଦାନ ବିଷୟରେ ଆଲୋଚନା କରିଥିଲେ।ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅନ୍ୟ କର୍ମଚାରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।।

Comments
Loading...