Share କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଳକ ଅନ୍ତର୍ଗତ ଟିପିଗୁଡା ଗ୍ରାମପଞ୍ଚାୟତର ଭିରକାପଡା ଠାରେ ମୋ ଚାଟଶାଳୀ ଯୋଜନାରେ ଶିକ୍ଷା ଦାନ ଆରମ୍ଭ ହୋଇଯାଇଛି।ଏହା ନାଗରିକ ବିକାଶ ସଂଗଠନ,କଳାହାଣ୍ଡି ତଥା ମହିଳା ଶ୍ରମଜୀବି ମଞ୍ଚ ଓଡିଶା ଓ ଓଡିଶା ଶ୍ରମଜୀବି ମଞ୍ଚର ମିଳିତ ଉଦ୍ୟମରେ ଏହା ଆରମ୍ଭ ହୋଇଛି । ଅନ୍ୟାନ୍ୟ ଖବର ପଢନ୍ତୁ ବିଜେପି ର ସେବା ସପ୍ତାହ ଅବସରରେ କୋକସରା ଠାରେ ସ୍ବେଚ୍ଛାକୃତ ରକ୍ତଦାନ… Sep 18, 2025 କୁସୁମଖୁଣ୍ଟି ସ୍କୁଲରେ ୬୫ ତମ ପ୍ରତିଷ୍ଠା ଦିବସ ପାଳିତ Sep 1, 2025 ମୋ ଚାଟଶାଳୀ ଯୋଜନା ପ୍ରାୟ ୧୭ ଗୋଟି ଜିଲ୍ଲାରେ ଚାଲିବ ଏବଂ ଏଥିରେ ପ୍ରାୟ ଏକଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ସୂଚନା ଦେଇଛନ୍ତି।ଏଥିରେ ପ୍ରାୟ ଗରିବ ଶ୍ରେଣୀ ଓ ସରକାରୀ ସ୍କୁଲର ପଢୁଥିବା ଛାତ୍ରଛାତ୍ରୀ ଙ୍କୁ ଶିକ୍ଷା ଦାନ ଦିଆଯିବ ।ଏଥିରେ ଲକଡାଉନ ସମୟରେ ଯେଉଁ ଛାତ୍ରଛାତ୍ରୀ ମାନେ ନେଟୱାର୍କ କିମ୍ବା ମୋବାଇଲ ପାଇଁ ଶିକ୍ଷା ଠାରୁ ବଞ୍ଚିତ ଥିଲେ ସେମାନେ ଉପକୃତ ହେବେ।ଏଥିରେ ନାଗରିକ ବିକାଶ ସଂଗଠନ ର ସକୁନ୍ତଳା ନାଏକ, ବିଷୟା ନାଏକ ତଥା ବ୍ଳକ ସଂଯୋଜକ ଜଗନ୍ନାଥ ଶଗଡିଆ,ଜନସାଥି ନିଳେଦ୍ରୀ ବୋଡେକ ଓ ସ୍ୱଛାସେବୀମାନେ ଯଥା ଘନଶ୍ୟାମ ନାଏକ ,କଳ୍ପନା ମାଝୀ,ରଶ୍ମିତା ନାଏକ ,ଯୋଗେନ୍ଦ୍ର ବିଶି ପ୍ରମୁଖ ଉପସ୍ଥିତ ରହି ବ୍ଳକ ସ୍ତରୀୟ ଉଦଘାଟନୀ ଉସ୍ରବକୁ ସାଫଳ୍ୟ କରିଥିଲେ। 0 19 Share FacebookTwitterWhatsAppEmailFacebook MessengerTelegramPrint